ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ପ୍ରକ୍ରିୟା ଏବଂ ଭୋଟର ସୁବିଧାକୁ ସୁଦୃଢ କରିବା ନିମନ୍ତେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ଭଦ୍ରକ, ୩୧ ମଇ (ହି.ସ.) - ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ବିକଶିତ ନୂତନ ସମନ୍ୱିତ ଡ୍ୟାସବୋର୍ଡ ଚଳିତ ବିଧାନସଭା ଉପନିର୍ବାଚନ ଏବଂ ଆଗାମୀ ବିହାର ବିଧାନସଭା ନିର୍ବାଚନ ସମୟରେ କାର୍ଯ୍ୟଷମ ହେବାକୁ ଯାଉଛି। ଇସିଆଇଏନ୍‌ଇଟି ନାମକ ଏହି ଡ୍ୟାସବୋର୍ଡର ଲକ୍ଷ୍ୟ ହେଉଛି, ଅଂଶୀଦାରମାନଙ୍କୁ ବର୍ଭମାନରେ ଥିବା
ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ପ୍ରକ୍ରିୟା ଏବଂ ଭୋଟର ସୁବିଧାକୁ ସୁଦୃଢ କରିବା ନିମନ୍ତେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ


ଭଦ୍ରକ, ୩୧ ମଇ (ହି.ସ.) - ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ବିକଶିତ ନୂତନ ସମନ୍ୱିତ ଡ୍ୟାସବୋର୍ଡ ଚଳିତ ବିଧାନସଭା ଉପନିର୍ବାଚନ ଏବଂ ଆଗାମୀ ବିହାର ବିଧାନସଭା ନିର୍ବାଚନ ସମୟରେ କାର୍ଯ୍ୟଷମ ହେବାକୁ ଯାଉଛି। ଇସିଆଇଏନ୍‌ଇଟି ନାମକ ଏହି ଡ୍ୟାସବୋର୍ଡର ଲକ୍ଷ୍ୟ ହେଉଛି, ଅଂଶୀଦାରମାନଙ୍କୁ ବର୍ଭମାନରେ ଥିବା ୪୦ ରୁ ଅଧିକ ଆପ୍ ଏବଂ ୱେବସାଇଟ୍ ବଦଳରେ ସମସ୍ତ ସେବା ଏକକ ସ୍ଥାନରେ ଯୋଗାଇବା । ନିର୍ବ।ଚନ ଅୟୋଗଙ୍କର ଏକ ସୂତ୍ର ଅନୁସାରେ ବର୍ତମାନର ଉପନିର୍ବାଚନ ପ୍ରକ୍ରିୟା ସମୟରେ ଇସିଆଇଏନ୍‌ଇଟିର କିଛି ବର୍ଗ ଉପଲବ୍ଧ କରାଯିବ ଏବଂ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ ଡ୍ୟାସବୋର୍ଡକୁ ବ୍ୟବହାର ପାଇଁ ଉପଲବ୍ଧ କରାଯିବ । ଚାରୋଟି ରାଜ୍ୟର ପାଂଚଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜୁନ୍ ୧୯ ରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରତିଦ୍ୱନ୍ଦୀ ଦଳ ମାନଙ୍କ ଦ୍ୱାରା ଭୋଟର ତାଲିକାରେ ଅସଙ୍ଗତି ଠାରୁ ଆରମ୍ଭ କରି ଭୋଟର ପରିଚୟପତ୍ର ନମ୍ବରର ନକଲ ପର୍ଯ୍ୟନ୍ତ ଅସଂଖ୍ୟ ପ୍ରସଙ୍ଗ ଉପରେ ଅଭିଯୋଗ ମଧ୍ୟରେ ନିର୍ବାଚନ ପରିଚାଳନାକୁ କିପରି ମାନକୀକରଣ କରିହେବ ସେଥୁପାଇଁ ନିର୍ବାଚନ ଆୟୋଗ ଗତ ଫେବୃଆରୀ ମାସରୁ ଅନେକ ପଦକ୍ଷେପ ନେଇଛନ୍ତି ଯାହା ମଧ୍ୟରୁ ଇସିଆଇଏନ୍‌ଇଟି ଅନ୍ୟତମ । ଫେବୃଆରୀ ୧୯ ତାରିଖରେ ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ନିର୍ବାଚନ ଅୟୋଗଙ୍କ ଦ୍ୱାରା ନିଆଯାଇଥିବା କିଛି ପଦକ୍ଷେପ ମଧ୍ୟରୁ କିଛି ଉଦାହରଣ ହେଉଛି- ଭାରତର ରେଜିଷ୍ଟ୍ରାର୍ ଜେନେରାଲଙ୍କ ଠାରୁ ମୃତ୍ୟପଞ୍ଜୀକରଣ ତଥ୍ୟର ସିଧାସଳଖ ସମନ୍ୱୟ ଅନ୍ତର୍ଭୁକ୍ତ କରାଯିବା; ଯାହା ଦ୍ୱାରା ମୃତ ଭୋଟରଙ୍କ ନାମ ତାଲିକାରେ ଯାଂଚ କରି ଦକ୍ଷତାର ସହ ବାତିଲ କରାଯାଇପାରିବ ଏବଂ ତୃଣମୂଳସ୍ତରୀୟ ମତଦାନ ଅଧିକାରୀମାନଙ୍କୁ ତାଲିମ ଦିଆଯିବ, ଯାହା ମତଦାନ ପରିଚାଳନାକୁ ସୁବ୍ୟବହୃତ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହେବ। ଏହା ବ୍ୟତୀତ, ନିର୍ବାଚନ ଆୟୋଗ ପ୍ରତି ମତଦାନ କେନ୍ଦ୍ରରେ ସର୍ବାଧୂକ ମତଦାତାଙ୍କ ସଂଖ୍ୟା ୧,୫୦୦ରୁ ୧,୨୦୦କୁ ମଧ୍ୟ ହ୍ରାସ କରିଛନ୍ତି। ସହରାଂଚଳ ମଧ୍ୟରେ ଥିବା ଘନ ଜନବସତି ବହୁତଳ ବିଶିଷ୍ଟ ଆବାସିକ ସମାଜ / କଲୋନୀ ମଧ୍ୟରେ ଅତିରିକ୍ତ ମତଦାନ କେନ୍ଦ୍ରର ପ୍ରତିଷ୍ଠା କରିବାର ନିଷ୍ପତି ମଧ୍ୟ ନେଇଛନ୍ତି । ନିର୍ବାଚନ ଆୟୋଗ ଏହା ମଧ୍ୟ ସୁନିଶ୍ଚିତ କରିଛନ୍ତି ଯେ କୌଣସି ଭୋଟର ମତଦାନ କରିବାପାଇଁ ୨ କିଲୋମିଟରରୁ ଅଧିକ ଯାତ୍ରା ନ କରିବେ । ସ୍ପଷ୍ଟତା ପାଇଁ ଭୋଟର ସୂଚନା ସ୍ଲିପ୍ ଗୁଡ଼ିକୁ ପୁନଃ ପରିକଳ୍ପନା କରାଯାଇଛି, କ୍ରମିକ ଏବଂ ଅଂଶ ସଂଖ୍ୟାର ଦୃଶ୍ୟମାନତା ବୃଦ୍ଧି କରାଯାଇଛି। ପ୍ରତ୍ୟେକ ମତଦାନ କେନ୍ଦ୍ରର ପ୍ରବେଶ ଦ୍ୱାରରେ ମୋବାଇଲ୍ ଫୋନ୍ ଜମା କରିବାର ସୁବିଧା ମଧ୍ୟ ସ୍ଥାପନ କରାଯିବ । ନିର୍ବାଚନ ଆୟୋଗ ଦେଶ ବ୍ୟାପୀ ୪,୭୧୯ ବୈଠକର ଅନୁଷ୍ଠାନ ମଧ୍ୟ କରିଥିଲେ ଯେଉଁଥିରେ ୨୮,୦୦୦ରୂ ଅଧକ ରାଜନୈତିକ ଦଳର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ। ଆୟୋଗ ନୂଆଦିଲ୍ଲୀରେ ଆମ ଆଦମୀ ପାର୍ଟି, ଭାରତୀୟ ଜନତା ପାର୍ଟି, ବହୁଜନ ସମାଜ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଏବଂ ନ୍ୟାସନାଲ ପିପୁଲ୍ ପାର୍ଟି ସମେତ ସ୍ୱିକୃତିପ୍ରାପ୍ତ ରାଜନୈତିକ ଦଳର ନେତାମନଙ୍କ ସହିତ ପରାମର୍ଶ କରିଥୁଲେ ଏବଂ ବର୍ତମାନର ଉପନିର୍ବାଚନ ପରେ ଏହିପରି ଆହୁରି ବୈଠକ କରିବାର ଯୋଜନା ମଧ୍ୟ ରଖୁଛନ୍ତି । ବୁଥ୍ ସ୍ତରୀୟ ଅଧୂକାରୀ, ପର୍ଯ୍ୟବେକ୍ଷକ ଏବଂ ବୁଥ୍ ସ୍ତରୀୟ ପ୍ରତିନିଧି ମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ କରାଯାଇଥିଲା । ୩,୫୦୦ରୂ ଅଧୁକ ବୁଥ ସ୍ତରୀୟ ଅଧିକାରୀ ଏବଂ ବୁଥ ସ୍ତରୀୟ ପର୍ଯ୍ୟବେକ୍ଷକଙ୍କୁ ତାଲିମ ଦିଆଯାଇଛି ଯାହା ଫଳରେ ଦେଶ ବ୍ୟାପୀ ୦.୫ ଲକ୍ଷରୁ ଅଧିକ କର୍ମକର୍ତା ବିଶିଷ୍ଟ ବୂହତ୍ ବୁଥ ସ୍ତରୀୟ ଅଧିକାରୀ ନେଟୱାର୍କ୍ ତାଲିମ ପ୍ରାପ୍ତ ହୋଇପାରିବେ ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande