ଅସ୍ତରଙ୍ଗ ଜାହାନୀଆ ପୀର ପର୍ଯ୍ୟଟନ କ୍ଷେତ୍ରକୁ ସରକାରୀ ଏସି ବସ୍ ଚଳାଚଳ ପାଇଁ କଂଗ୍ରେସର ଦାବୀ
ଭୁବନେଶ୍ୱର, ୩୧ ମଇ (ହି.ସ.) - ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ ପୀର ଜାହାନୀଆ ପୀଠ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ଏହି ପୀଠକୁ ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶହ ଶହ ପର୍ଯ୍ୟଟକ ସମୁଦ୍ର ବେଳାଭୂମି ଉପଭୋଗ ଓ ପୀର ଜାହାନୀଆଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଏଠାର ମନୋରମ ପରିବେଶ ଅତି ସୌନ୍ଦର
ଅସ୍ତରଙ୍ଗ ଜାହାନୀଆ ପୀର ପର୍ଯ୍ୟଟନ କ୍ଷେତ୍ରକୁ ସରକାରୀ ଏସି ବସ୍ ଚଳାଚଳ ପାଇଁ କଂଗ୍ରେସର ଦାବୀ


ଭୁବନେଶ୍ୱର, ୩୧ ମଇ (ହି.ସ.) - ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ ପୀର ଜାହାନୀଆ ପୀଠ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ଏହି ପୀଠକୁ ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶହ ଶହ ପର୍ଯ୍ୟଟକ ସମୁଦ୍ର ବେଳାଭୂମି ଉପଭୋଗ ଓ ପୀର ଜାହାନୀଆଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଏଠାର ମନୋରମ ପରିବେଶ ଅତି ସୌନ୍ଦର୍ଯ୍ୟଭରା। ଅସ୍ତରଙ୍ଗ ବଜାରଠାରୁ ପୀର ଜାହାନୀଆ ପୀଠର ଦୂରତା ମାତ୍ର ୬ କିଲୋମିଟର। ତେଣୁ ପର୍ଯ୍ୟଟକ, ସାଧାରଣ ଯାତ୍ରୀ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସବୁ ଦୃଷ୍ଟିରୁ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଅସ୍ତରଙ୍ଗ ଜାହାନୀଆ ପୀରପର୍ଯ୍ୟଟନ କ୍ଷେତ୍ରକୁ ଏକ ସରକାରୀ ଶୀତତାପ ନିୟନ୍ତ୍ରୀତ ବସ୍ ଦୈନନ୍ଦିନ ଚଳାଚଳ କରିବା ପାଇଁ କଂଗ୍ରେସ ଦଳ ତରଫରୁ ପିସିସି କୃଷକ ସେଲ୍ ଅଧ୍ୟକ୍ଷ ତଥା କାକଟପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ଅମିୟ କୁମାର ପଟ୍ଟନାୟକ ଓଡ଼ିଶାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କୁ ପୃଥକ ପୃଥକ ଭାବେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ପଟ୍ଟନାୟକ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ଏଠାକୁ ଏ.ସି ବସ୍ ଚଳାଚଳ କରାଗଲେ ଯାତ୍ରୀ, ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟନମାନଙ୍କର ବହୁ ସୁବିଧା ହେବା ସହିତ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଓ ସରକାର ପରିବହନ କ୍ଷେତ୍ରରେ ବିଶେଷ ଲାଭବାନ ହୋଇ ପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande