ଧର୍ମଶାଳା, ୩୧ମଇ(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ପୋଲିସକୁ ସଫଳତା । ୫ ମାସ ପରେ ନାବାଳିକାକୁ ଉଦ୍ଧାର କଲା ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ନେଇ ଥାନା ଏଏସ୍ଆଇ ଅଚ୍ୟୁତାନନ୍ଦ ଦାସ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ,୨୦୨୪ ମସିହାରେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ସାନବାଗସାହି ଗ୍ରାମର ଜଣେ ନାବାଳିକାକୁ କେହି ଅପହରଣ କରି ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ପୋଲିସ କେସ୍ ନଂ ୨୪୭ା୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ତେବେ ୫ ମାସ ପରେ ଯାଜପୁର ଟାଉନ ମେଡିକାଲ ଛକ ନିକଟରୁ ପୋଲିସ କୌଣସି ମତେ ଖବର ପାଇ ଶୁକ୍ରବାର ରାତିରେ ନାବାଳିକାକୁ ଉଦ୍ଧାର କରିଥିଲା । ଏହି ଘଟଣାରେ ସମ୍ପୃକ୍ତ କାକୁଡିକୁଦ ଗ୍ରାମର ଜଣେ ଯୁବକକୁ ଥାନାରେ ଅଟକ ରଖି ପଚରାଉଚୁରା କରିବା ସହ ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ