ସଂଖ୍ୟାଲଘୁ ଓ ହିନ୍ଦୁ ଗଣ୍ଡଗୋଳ ଘଟଣା, ୨ଟି ମକଦ୍ଦମାରେ ଏକାଧିକ ଲୋକଙ୍କ ନାଁ
ଭଦ୍ରକ, ୩୧ ମଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା କୁବେରା ପଂଚାୟତ ଅଧୀନ କଷଟି ଗ୍ରାମର ସନ୍ତୋଷ ପରିଡ଼ା (୪୦)ନାମକ ଜଣେ ଯୁବକଙ୍କୁ ଶୁକ୍ରବାର ମଧ୍ୟାହ୍ନରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ତେବେ ଏହି ଘଟଣାରେ ତିହିଡି଼ ଥାନାରେ ଶନିବାର ଏକାଧିକ ଲୋକଙ୍କ ନାଁରେ ୨ଟି ମକଦ୍ଦମା ରୁଜୁ ହୋଇଥିବା ଜଣା
ସଂଖ୍ୟାଲଘୁ ଓ ହିନ୍ଦୁ ଗଣ୍ଡଗୋଳ ଘଟଣା, ୨ଟି ମକଦ୍ଦମାରେ ଏକାଧିକ ଲୋକଙ୍କ ନାଁ


ଭଦ୍ରକ, ୩୧ ମଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା କୁବେରା ପଂଚାୟତ ଅଧୀନ କଷଟି ଗ୍ରାମର ସନ୍ତୋଷ ପରିଡ଼ା (୪୦)ନାମକ ଜଣେ ଯୁବକଙ୍କୁ ଶୁକ୍ରବାର ମଧ୍ୟାହ୍ନରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ତେବେ ଏହି ଘଟଣାରେ ତିହିଡି଼ ଥାନାରେ ଶନିବାର ଏକାଧିକ ଲୋକଙ୍କ ନାଁରେ ୨ଟି ମକଦ୍ଦମା ରୁଜୁ ହୋଇଥିବା ଜଣାଯାଇଛି । ସନ୍ତୋଷଙ୍କ ପତ୍ନୀ ମିନତୀ ବେହେରାଙ୍କ ଅଭିଯୋଗ କ୍ରମେ ମକଦ୍ଦମା ନଂ ୧୯୭/୨୫ ଏବଂ ଶେଖ ସମିରୁଦ୍ଦିନଙ୍କ ଅଭିଯୋଗ କ୍ରମେ ଅନ୍ୟ ଏକ ମକଦ୍ଦମା ନଂ ୧୯୮/୨୫ ରୁଜୁ ହୋଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଶେଖ ସମିରୁଦ୍ଦିନଙ୍କ ସମେତ କେତେକ ଗୋରୁ ବେପାରୀ ଶୁକ୍ରବାର ମଧ୍ୟାହ୍ନରେ କଷଟି ଗ୍ରାମରୁ ଗୋରୁ ନେଇ ଗୁଜିଦରଡ଼ାକୁ ଯାଉଥିଲେ । ଭୂୟାଁବାଟିଟଙ୍କି ଠାରେ କଷଟି ଗ୍ରାମର ସନ୍ତୋଷଙ୍କ ସମେତ କେତେକ ବ୍ୟକ୍ତିଙ୍କ ସହ ସେମାନଙ୍କର ବଚସା ହୋଇଥିଲା । ପରେ ସେମାନେ ସନ୍ତୋଷଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଅପରପକ୍ଷେ ସନ୍ତୋଷଙ୍କ ସମେତ ଅନ୍ୟମାନେ ଗୋରୁ ବେପାରୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ତେବେ ଆକ୍ରମଣରେ ଗୁରୁତର ଆହତ ସନ୍ତୋଷଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଭଦ୍ରକ ଡାକ୍ତରଖାନା ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିବା ଜଣାଯାଇଥିଲା । ତେବେ ଏହି ଘଟଣା ପରେ ଉତେଜନା ପ୍ରକାଶ ପାଇବାରୁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଥିଲା।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande