ସ୍ୱର୍ଗଦ୍ୱାର ଅନନ୍ତଶୟନ ଲେନ ରାସ୍ତାର ଦୂରାବସ୍ଥା
ପୁରୀ, ୩୧ ମଇ (ହି.ସ.) - ପୁରୀ ହେବ ବିଶ୍ୱସ୍ତରୀୟ ସହର । ସାହି ଗଳିକନ୍ଦିର ରାସ୍ତାଘାଟ ହେବ ଚକାଚକ। ଏହା ପରୀ ଗପ ପରି କାନକୁ ଭଲ ଶୁଣା ଯାଉଥିଲେ ମଧ୍ୟ ପ୍ରକୃତପକ୍ଷେ ସେମିତି କାମ ହେଉନାହିଁ । ୬ ବର୍ଷ ହେଲାଣି ପୁରୀ ପୌରସଂସ୍ଥାର ନିର୍ବାଚନ ହୋଇନାହିଁ । ତେଣୁ ସାହି କଥା ବୁଝିବା ପାଇଁ କେହିନାହାନ୍ତି
ସ୍ବର୍ଗଦ୍ବାର ଅନନ୍ତଶୟନ ଲେନ ରାସ୍ତାର ଦୂରାବସ୍ଥା


ପୁରୀ, ୩୧ ମଇ (ହି.ସ.) - ପୁରୀ ହେବ ବିଶ୍ୱସ୍ତରୀୟ ସହର । ସାହି ଗଳିକନ୍ଦିର ରାସ୍ତାଘାଟ ହେବ ଚକାଚକ। ଏହା ପରୀ ଗପ ପରି କାନକୁ ଭଲ ଶୁଣା ଯାଉଥିଲେ ମଧ୍ୟ ପ୍ରକୃତପକ୍ଷେ ସେମିତି କାମ ହେଉନାହିଁ । ୬ ବର୍ଷ ହେଲାଣି ପୁରୀ ପୌରସଂସ୍ଥାର ନିର୍ବାଚନ ହୋଇନାହିଁ । ତେଣୁ ସାହି କଥା ବୁଝିବା ପାଇଁ କେହିନାହାନ୍ତି । ୩୨ ୱାର୍ଡରେ ୩୨ ଅଧିକାରୀ ବୁଝିବେ ବୋଲି ଦାୟୀତ୍ୱ ଦିଆଯାଇଥିଲା । ଅଫିସ ଛାଡି ଅଧିକାରୀ ଯାଉନାହାନ୍ତି । ରାସ୍ତାଘାଟ ଖୋଳାଯାଇ ଦୀର୍ଘ ଦିନ ପର୍ଯ୍ୟନ୍ତ ପଡିରହୁଛି । ଏଭଳି ଅବସ୍ଥା ସୃଷ୍ଟି ହୋଇଛି ସ୍ୱର୍ଗଦ୍ୱାର ଗୋଲେଇ ଛକ ନିକଟ ଅନନ୍ତଶୟନ ଲେନରେ । ଏହା ଅଣ ଓସାରିଆ ଓ କମ ଚଉଡା ଥିବାରୁ ପର୍ଯ୍ୟଟକ ଯିବାଆସିବାରେ ଅସୁବିଧା ସୃଷ୍ଟି ହେଉଛି । ସାହି ନାଳ ଖୋଳି ମାଟି ଗୋଡି ରାସ୍ତା ଉପରେ ପଡିରହିଛି । ଢେଲା ପଥର ଓ ଇଟା ପଡିବା ଯୋଗୁ ପର୍ଯ୍ୟଟକ ଯିବା ସମୟରେ ଝୁଂଟି ପଡୁଛନ୍ତି । ମାଟି ଗଦା ଉପରେ ଅଳିଆ ଆବର୍ଜନା ପଡିବା ଯୋଗୁ ତାହା ପୂତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଛି । ଠିକାଦାର ଠିକ ସମୟରେ କାମ ନକରିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସାହି ଭିତରକୁ ମଟରସାଇକେଲ ଓ ଅଟୋରିକ୍ସା ଯାଇପାରୁନାହିଁ । ଏ ସମ୍ପର୍କରେ ପୌରସଂସ୍ଥାକୁ ଜଣାଇଲେ ମଧ୍ୟ କାମ ହୋଇପାରୁନାହିଁ । ଆଉ ୨୬ ଦିନ ପରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ସମୁଦ୍ରକୂଳକୁ ହଜାର ହଜାର ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଆସିବେ। ସାହି ରାସ୍ତା ଓ ଡ୍ରେନ ତୁରନ୍ତ ନିର୍ମାଣ କରିବା ପାଇଁ ସାହିବାସିନ୍ଦା ଓ ପର୍ଯ୍ୟଟକ ମାନେ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande