ଭଦ୍ରକ, ୧ ଜୁନ୍ (ହି.ସ.) - ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଭଦ୍ରକ ଜିଲ୍ଲା ପକ୍ଷରୁ ନୂଆବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦିନର ବିଭିନ୍ନ କାର୍ଯ୍ୟକ୍ରମ ଓ ଅଭିଯାନ ଉପରେ ବିସ୍ତାର ଯୋଜନା କରାଯାଇଛି। ଏହି ମାସ ପାଂଚ ରୁ ଆଠ ତାରିଖ ବାରିପଦାରେ ଅନୁଷ୍ଠିତ ପ୍ରାନ୍ତ ଅଭ୍ୟାସ ବର୍ଗ ନିମନ୍ତେ କୋଡ଼ିଏ ଜଣ ଅପେକ୍ଷିତ କାର୍ଯ୍ୟକର୍ତା ସାମିଲ ହେବା, ବାର ତାରିଖ ଦିନ ସଂସ୍କୃତି ଭବନ ପରିସରରେ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ଆୟୋଜନ, ବାଇଶି ତାରିଖ ଦିନ ଜିଲ୍ଲା ସ୍ତରୀୟ ରକ୍ତଦାନ ଶିବିର ଜିଲ୍ଲା ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହେବ। କଲେଜ୍ ଆଡ଼ମିଶନ ସମୟରେ ହେଲ୍ପ ଡେସ୍କ ପକାଇ ବିଦ୍ୟାର୍ଥୀଙ୍କୁ ସହଯୋଗ କରାଯିବାର ଯୋଜନା କରାଯାଇଛି। ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ବିଭିନ୍ନ ବ୍ଲକ ସ୍ତରରେ କରାଯିବ। ସେହି ପରି ବିଶ୍ୱ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ସେବା କାର୍ଯ୍ୟ ପାଇଁ ଜିଲ୍ଲାରୁ ୧୦୦ ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ସାମିଲ ହେବା ପାଇଁ ସ୍ଥିର କରାଯାଇଛି। ଜିଲ୍ଲା ସହ ସଂଯୋଜକ ଆକାଶ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ବିଭାଗ ସହ ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ଛାତ୍ରୀ ପ୍ରମୁଖ ମାଧୁରୀ ରାଉତ, ଜନ ସମ୍ପର୍କ ପ୍ରମୁଖ ଅରବିନ୍ଦ ଷଡ଼ଙ୍ଗୀ, ରାଷ୍ଟ୍ରୀୟ କଳା ମଂଚ ସଂଯୋଜିକା ପ୍ରିୟଙ୍କା ଦାଶ, ପ୍ରାନ୍ତ 'ଲ' ଫୋରମ୍ ସଂଯୋଜକ ବଦ୍ରି ମୋହନ ରାଉତ, ସବିଷ୍କାର ସହ ସଂଯୋଜକ ଦେବୀ ପ୍ରସାଦ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଭିଳାଷ ତ୍ରିପାଠୀ, ଜିଲ୍ଲା ଏସଏଫଡି ସଂଯୋଜକ ସତ୍ୟ ବ୍ରତ ପଣ୍ଡା, ଜନ ସଂପର୍କ ପ୍ରମୁଖ ଆୟୁଷ ପାଣିଗ୍ରାହୀ, ରାଜଶ୍ରୀ ନାୟକ, ଭଦ୍ରକ ନଗର ସଭାପତି ଡ. ବସନ୍ତ ଦୀକ୍ଷିତ, ଉପ ସଭାପତି ଯୁବ ଆଇନଜୀବୀ ବାପୁନ୍ ମହାପାତ୍ର ଏବଂ ଆଲୋକ ଦାସ, ସମ୍ପାଦକ ଓଁକାର ମହାନ୍ତି, ଧାମନଗର ନଗର ସମ୍ପାଦକ ହିଂମାଶୁ ମହାରଣା, ବାସୁଦେବପୁର ନଗର ସହ ସମ୍ପାଦିକା ପୂଜା ରାଣୀ ମଲ୍ଲିକ, ପୂର୍ବତନ ଜିଲ୍ଲା ସଂଯୋଜକ ଦୁର୍ଗା ଶଙ୍କର ଜେନା, ଶୁଭମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ