ଲୋଇସିଂହାର ପ୍ରଥମ ମହିଳା ଜମିଦାର ଭାବେ ଅଭିଷିକ୍ତ ହେଲେ ଅର୍ଚ୍ଚନା ସିଂ ରାଏ
ବଲାଙ୍ଗିର, ୧ ଜୁନ୍ (ହି.ସ.)- ବର୍ଷ ବର୍ଷର ପରମ୍ପରା ଅନୁଯାୟୀ ପଦ ଓ ରାଜ ଅଭିଷେକରେ କରାଯାଉଛି ଅଭିଷିକ୍ତ । ଏଭଳି ନିଆରା ପରମ୍ପରା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଜମିଦାର ପରିବାରରେ, ଯେଉଁଥିରେ ଗତକାଲି ସାମିଲ ହୋଇଥିଲେ ଆଖପାଖ ଅଞ୍ଚଳର ନେତା, ବୁଦ୍ଧିଜୀବୀ, ଆଇନଜୀବୀ ତଥା ସାଆନ୍ତ ମା
ଲୋଇସିଂହାର ପ୍ରଥମ ମହିଳା ଜମିଦାର ଭାବେ ଅଭିଷିକ୍ତ ହେଲେ ଅର୍ଚ୍ଚନା ଦେବୀ


ବଲାଙ୍ଗିର, ୧ ଜୁନ୍ (ହି.ସ.)- ବର୍ଷ ବର୍ଷର ପରମ୍ପରା ଅନୁଯାୟୀ ପଦ ଓ ରାଜ ଅଭିଷେକରେ କରାଯାଉଛି ଅଭିଷିକ୍ତ । ଏଭଳି ନିଆରା ପରମ୍ପରା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଜମିଦାର ପରିବାରରେ, ଯେଉଁଥିରେ ଗତକାଲି ସାମିଲ ହୋଇଥିଲେ ଆଖପାଖ ଅଞ୍ଚଳର ନେତା, ବୁଦ୍ଧିଜୀବୀ, ଆଇନଜୀବୀ ତଥା ସାଆନ୍ତ ମାନେ । ସାଂପ୍ରତିକ ସମୟର ଗଣତନ୍ତ୍ର ଶାସନରେ ରାଜତନ୍ତ୍ର ପ୍ରଥା ଧୀରେ ଧୀରେ ଲୋପ ପାଇ ଯାଉଥିବା ବେଳେ ଲୋଇସିଂହାରେ ଏବେ ବି ବଞ୍ଚି ରହିଛି ବର୍ଷ ବର୍ଷର ପରମ୍ପରା । ପିଢ଼ି ପରେ ପିଢ଼ି ଜମିଦାର ଶାସନକୁ ସମ୍ମାନ ଦେଇ ଆସୁଛନ୍ତି ଲୋକେ । ଏହି କ୍ରମରେ ୧୯ତମ ଜମିଦାର ପଦ ଗ୍ରହଣ ଓ ରାଜ୍ୟାଭିଷେକ ଉତ୍ସବ ସ୍ଥାନୀୟ ରାଜବାଟି ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଜମିଦାର ଜୟକୃଷ୍ଣ ସିଂ ରାଏଙ୍କ ପରଲୋକ ପରେ ତାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ନାତୁଣୀ ତଥା ଜ୍ୟେଷ୍ଠ ପୁତ୍ର ସ୍ୱର୍ଗତ ତ୍ରୟମ୍ବକିଶୋର ସିଂ ରାଏଙ୍କ ଜ୍ୟେଷ୍ଠା କନ୍ୟା ଅର୍ଚ୍ଚନା ସିଂ ରାଏ ଜମିଦାର ଭାବେ ଅଭିଷିକ୍ତା ହୋଇଛନ୍ତି । ପ୍ରଥମ ମହିଳା ଭାବେ ସେ ଏହି ପଦବୀ ମଣ୍ଡନ କରିଛନ୍ତି ।

ଏହି ଅବସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ରାଜ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର, ଆଦିବାସୀ ନେତା ସତ୍ୟନାରାୟଣ ଭୋଇ, ଦିଲ୍ଲୀପ ବେହେରାଙ୍କ ସମେତ ବିଭିନ୍ନ ଗଡ଼ଜାତ ଅଞ୍ଚଳର ସାଆନ୍ତ ମାନେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଗୋଣ୍ଡ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପୂର୍ବକ ଜନସାଧାରଣଙ୍କ ଉପସ୍ଥିତିରେ ଅର୍ଚ୍ଚନା ଦେବୀଙ୍କୁ ପଗଡି ଭିଡି ପୌଷ୍ୟାଭିଶେକ କରାଯିବା ସହିତ ସୁସଜ୍ଜିତ ପାଲିଙ୍କିରେ ବସାଇ ନଗର ପରିକ୍ରମା କରାଯାଇଥିଲା । ବିଭିନ୍ନ ଅଂଚଳରୁ ଆସିଥିବା ସାଆନ୍ତ ମାନେ ଆସନ ଅଳଙ୍କୃତ କରିଥିବା ଅର୍ଚ୍ଚନା ସିଂ ରାଏଙ୍କୁ ଉପଢୌକନ ପ୍ରଦାନ କରି ସିରିପା ପିନ୍ଧାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande