ବଲାଙ୍ଗିର 1 ଜୁନ୍ (ହି.ସ.)
ଉପନିବନ୍ଧକ ସମବାୟ ସମିତି ସମୁହ, ବଲାଙ୍ଗିର ଡିଭିଜନ ବଲାଙ୍ଗିରଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀକ ସମବାୟ ବର୍ଷ ୨୦୨୫ ଅବସରରେ “ଧାନ ର ଗୁଣାତ୍ମକ ମାନ, ରାସାୟନିକ ସାର ଓ ବିହନ କୃଷି ଯନ୍ତ୍ରପାତି ର ସମ୍ବନ୍ଧରେ ସଚେତନ ଶିବିର” ଶୀର୍ଷକ ଉପରେ ଉପନିବନ୍ଧକ ପ୍ରମୋଦ କୁମାର ବରିହା ଙ୍କ ଅଧ୍ୟକ୍ଷତା ରେ ଏକ ମହାସମାରୋହ ଅନୁଷ୍ଠିତ ହୋଇଛି । ସମବାୟ ବିଭାଗ ର ସମବାୟ ନିରୀକ୍ଷକ ବ୍ରବିମ କୁମାର ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଉଷା ରାଣୀ କୁଅଁର, ସମିଧା ଅଗ୍ରୱାଲ ଓ ବର୍ଷାରାଣୀ ବାରିକ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । ବକ୍ତା ଭାବରେ ଯୋଗଦାନ କରି ସମ୍ମାନିତ ଅତିଥି ଭାବରେ ନାବାର୍ଡ ଡିଡିଏମ୍ ଡ. ବିବେକ କୁମାର ନାୟକ ଯୋଗ ଦେଇ ଆଗାମୀ ଭବିଷ୍ୟତ ରେ ସମବାୟ ବିସ୍ତାରିତ କ୍ଷେତ୍ର ଉପରେ ଆଲୋଚନା କରିଥିଲେ । ଅନ୍ୟତନ ଅତିଥି ଏସିଏସ୍ଓ ବଲାଙ୍ଗିର ଶରତ କୁମାର ରାଉତ ‘ଧାନ ର ଗୁଣାତ୍ମକ ମାନ’ ବିଷୟରେ ଅବଗତି କରାଇଥିଲେ । ସୁଦେଶ କୁମାର ଚୈଧୁରୀ, ଡିଡିଏମ୍ ବଲାଙ୍ଗିର ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ କରିବା ନିମନ୍ତେ ସମବାୟ ସମିତି କର୍ମଚାରୀମାନଙ୍କୁ ପ୍ରୋତ୍ସାହନ କରିଥିଲେ । ଶେଷରେ ସମବାୟ ନିରିକ୍ଷକ ନିମାଇଁ ଚରଣ ବେହେରା ମଂଚାସୀନ ସମସ୍ତ ଅତିଥି ଏବଂ ସଭା ରେ ଉପସ୍ଥିତ ଥିବା ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉପନିବନ୍ଧକ ସମବାୟ ସମିତି ଜିଲ୍ଲାରେ ୩୦ ଗୋଟି ନୁଆ ଆଦର୍ଶ ସମବାୟ ସମିତି ଙ୍କ ନାମ ଘୋଷଣା କରିଥିଲେ । ଏଥିରେ ୦୬ ଗୋଟି ସମବାୟ ସମିତିକୁ ନେସନାଲ କୋପ୍ରେଟିଭ୍ ଅର୍ଗାନିକ ଲିମିଟେଡ୍ ରେ ସଦସ୍ୟତା ନେବା ନିମନ୍ତେ ଉପନିବନ୍ଧକ ସମବାୟ ସମିତି ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉପନିବନ୍ଧକ ଓ ସହକାରୀ ନିବନ୍ଧକ ଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ