ସୁବର୍ଣ୍ଣପୁର, ୧ ଜୁନ୍ (ହି.ସ.) - ସସ୍ୱଲପୁରୀ ମେଲୋଡି ର ଗୀତ ନାଚ, ଘୁମୁରା, ପର୍ଭା, ରେକର୍ଡ ଡ୍ୟାନ୍ସ ଅନେକ ପ୍ରକାର ନାଚ ଗୀତ ର ତାଳେ ତାଳେ ଆଜି ମହା ସମାରୋହରେ ଉଦଯାପିତ ହେଲା ସୋନପୁର ର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଉତ୍ସ୍ୱ କ୍ଷ ବିବାହ ପାଣିଗ୍ରହଣ ପରେ ଗତ କାଲି ମଧ୍ୟରାତ୍ର ରୁ ପ୍ରଭୂ ଭୋଳା ଶଙ୍କର ଓ ମାତା ପାର୍ବତୀ ଙ୍କ ମନ୍ଦିର ପ୍ରତ୍ୟାବର୍ତନ ପାଇଁ ଖୁବ୍ ଧୁମ୍ ଧାମ ରେ ସାଂସ୍କୃତିକ ଶୋଭାଯାତ୍ରା ସହ ନଗର ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା। ସୁବର୍ଣ୍ଣପୁର ର ଏହି ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ର ଏକ ବିଶେଷତ୍ୱ ହେଉଛି ୧୦୮ ତୋଳା ର ସୁନା ନାଗ ମୂର୍ତିଓ ମହଣ ମହଣ ରୂପା ନିର୍ମିତ ଦେବା ଦେବୀ ଙ୍କ ଆକର୍ଷଣୀୟ ପାଲିଙ୍କି ବିମାନ କ୍ଷ ଯାହାକି ଯାତ୍ରା ରେ ଦୂର ଦୁରାନ୍ତର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ଏକ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଥାଏ। କଥିତ ଅଛି ମହାଦେବ ଓ ମାତା ପାର୍ବତୀ ଙ୍କ ଏଇ ଦୁର୍ଲଭ ଯୁଗଳ ମୂର୍ତି ଦର୍ଶନ ରେ ଅନେକ ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ। ଶୀତଳଷଷ୍ଠୀ ନଗର ପରିକ୍ରମା ବେଳେ ସୁବର୍ଣ୍ଣପୁର ର ଇଷ୍ଟଦେବ ବାବା ସୁବର୍ଣ୍ଣ ମେରୁ ମହାରାଜାଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ର ଶେଖର ବାବା ଙ୍କ ସମେତ ଏହି ଶୋଭାଯାତ୍ରାରେ ସହର ର ଅଷ୍ଟ ଶମ୍ଭୁ, ଅଷ୍ଟ୍ସ ବିଷ୍ଣୁ, ଅଷ୍ଟ ଚଣ୍ଡୀ ଙ୍କ ସହ ସମସ୍ତ ଦେବା ଦ୍ୱେୀ ନଗର ପରିକ୍ରମା ରେ ଆସି ଆଜି ମନ୍ଦିର ପ୍ରତ୍ୟାବର୍ତନ କରିଛନ୍ତି । ମନ୍ଦିର ରେ ନିତିକାନ୍ତି ପରେ ବର ମାତାପିତା ଜ୍ୟୋତିର୍ମୟୀ ମିଶ୍ର,ଶ୍ରୀକାନ୍ତ ମିଶ୍ର ଙ୍କ ଉଦୟ ନଗର ସ୍ଥିତ କୈଳାସ ପୁରୀ ବାସଭବନ ରେ ପହଂଚି ସେଠାରେ ପାରମ୍ପରିକ ପୂଜାର୍ଚ୍ଚନା ସହ ସମସ୍ତ ଦେବା ଦେବୀ ଙ୍କୁ ଭବ୍ୟ ସ୍ୱାଗତ କରା ଯାଇଛି କ୍ଷ ଆଜି ପ୍ରଭୁଙ୍କ ନଗର ପରିକ୍ରମା ବେଳେ ରାସ୍ତା ରେ ଭକ୍ତ ଓ ଜନସାଧାରଣଙ୍କ ଭିଡ ନିୟନ୍ତ୍ରଣ ପାଇଁ ଶୀତଳଷଷ୍ଠୀ କମିଟି ଦେବୋତର କମିଟି,ତଥା ପୋଲିସ ପ୍ରଶାସନର ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା କ୍ଷ ଓ ପ୍ରତ୍ୟେକ ପଡ଼ା ରେ ଘର ସଂବୁଖ ମାନଙ୍କ ରେ ଲୋକେ ମହାପ୍ରଭୂ ଙ୍କୁ ପୂଜା ବିଧି ଭୋଗ ଅର୍ପଣ ସହ ଦର୍ଶନ କରି ଭାବ ବିହ୍ୱଳ ହୋଇ ଯାଇ ଥିଲେ କ୍ଷ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ବିଜୁ ପଟ୍ଟନାୟକ ଛକ ରେ, ରାମ ଧୂନ୍ କ୍ଲବ ପକ୍ଷରୁ ମଝିପଡ଼ା ଠାରେ , ଓ ବଡ ବଜାର ଦୁର୍ଗା ମଣ୍ଡପ ଆନନ୍ଦ କ୍ଲବ୍ ପକ୍ଷରୁ ଦୁର୍ଗା ମଣ୍ଡପ ଠାରେ ଓ ଗୋ ସେବା ଚେରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଭକ୍ତ ଶ୍ରଦ୍ଧାଳୁ ଓ ସାଂସ୍କୃତିକ ଶୋଭାଯାତ୍ରା କଳାକାର ଙ୍କ ପାଇଁ ଥଣ୍ଡା ପାଣି, ଦହି ସରବତ ର ବ୍ୟବସ୍ଥା କରା ଯାଇଥିଲା । ଦେବୋତର କମିଟି ର ସଦସ୍ୟ ବୈକୁଣ୍ଠ ଶତପଥି, ଶ୍ରୀବତ୍ସ ମଲ୍ଲିକ, ସତ୍ୟ ନାରାୟଣ ତ୍ରୀପାଠୀ, ପ୍ରଦୀପ ପୁରୋହିତ, ଲଡୁ କିଶୋର ମଲ୍ଲିକ ପ୍ରମୁଖ ସଦସ୍ୟ ଓ ୍ୱର ପିତା ମାତା, କନ୍ୟା ପିତା ମାତା ଙ୍କ ପ୍ରତ୍ୟକ୍ଷ ତତ୍ୱା ବଧାନ ରେ ପୋଲିସ ର ସହଯୋଗ ରେ ଶୀତଳ ଷଷ୍ଠୀ ଯାତ୍ରା ଉତ୍ସ୍ୱ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିଲା କ୍ଷ ଆଜି ମଧ୍ୟାହ୍ନ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ବର ପିତା ମାତା ଙ୍କ ପ୍ରତିନିଧି ଶ୍ରୀକାନ୍ତ ମିଶ୍ର ଙ୍କ ବାସ ଭବନ ରେ ଯୁଗଳ ମୂର୍ତି ଦର୍ଶନ ପାଇଁ ଓ ପ୍ରସାଦ ସେବନ ପାଈଁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବା କୁ ମିଳିଥିଲା ।
--------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ