ବଲାଙ୍ଗିର, 1 ଜୁନ୍ (ହି.ସ.)
ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କରାଟେ ଅର୍ଗାନାଇଜେସନର ସମ୍ପାଦକ ତଥା ଜାତୀୟ ସ୍ତରୀୟ କରାଟେ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଆସିଷ୍ଟାଣ୍ଡ ସବ୍ କଲେକ୍ଟର ସୁଧାଂଶୁ ମାଝି, ଅନ୍ୟତମ ଅତିଥି ବିକାଶ ଭେଲି ବିଦ୍ୟାଳୟ ଅଧ୍ୟକ୍ଷ ଅମ୍ବରୀଶ ଦାସ, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷ ନରେନ୍ଦ୍ର ମିଶ୍ର ଓ କିଡ୍ଜୀ ସ୍କୁଲ ଅଧ୍ୟକ୍ଷା ସ୍ମିତା ପଟେଲ ଉପସ୍ଥିତ ଥିଲେ । ଏ ସଂଗଠନ କେବଳ କରାଟେ ଓ ଆତ୍ମରକ୍ଷା ପ୍ରଶିକ୍ଷଣ ରେ ସିମୀତ ନ ରହି ସମାଜର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ତଥା ସମାଜ ସେବାରେ ନିଜକୁ ସାମିଲ କରି ଆସୁଥିବାରୁ ମୁଖ୍ୟ ଅତିଥି ପ୍ରଶଂସା କରିଛନ୍ତି ଓ ତମାଖୁ ନିଶା ଦ୍ରବ୍ୟ ଠାରୁ ନିଜକୁ ଦୂରେଇ ରଖିବାକୁ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଉପଦେଶ ଦେଇଥିଲେ । ଏ ଅବସରରେ କରାଟେ ଅର୍ଗାନାଇଜେସନ ତରଫରୁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଥିରେ ବିଭିନ୍ନ ସ୍କୁଲ ରୁ ୬୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ଆଗାମୀ ଦିନରେ ସମ୍ମାନିତ କରାଯିବ ବୋଲି କରାଟେ କୋଚ ଅସୀମ ଭୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ