ଭୁବନେଶ୍ୱର, 1 ଜୁନ୍ (ହି.ସ.)- ମଦ୍ୟପ କାର
ଚାଳକଙ୍କ ଜଘନ୍ୟ କାଣ୍ଡ । ମଦ୍ୟପାନ
କରି ଘଟାଇଲେ ସିରିଜ୍ ଦୁର୍ଘଟଣା। ପରେ ବନ୍ଦ ଥିବା କ୍ଵାଟର ଭିତରକୁ ଗାଡି ଭର୍ତି କରି ଫେରାଇ
ହୋଇଗଲା କାର ଡ୍ରାଇଭର | ରାଜମହଲ ରାସ୍ତାରେ ଘଟିଛି ଏଭଳି ସିରିଜ୍
ଦୁର୍ଘଟଣା। ରାସ୍ତାରେ ପାର୍କିଂ ହୋଇଥିବା ଦୁଇଟି ଅଟୋ ଏବଂ ଦୁଇଟି କାରକୁ ଧକ୍କା ଦେଇଛି |
ଯାହା ଫଳରେ 4ଜଣ ଗୁରୁତର ଆହତ ହୋଇଛନ୍ତି | ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛି ପୋଲିସ | ଦୁର୍ଘଟଣା
ଘଟାଇଥିବା କାରକୁ ମଧ୍ୟ ଜବତ କରି ତଦନ୍ତ କରୁଛି ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା