ଭୁବନେଶ୍ୱର, 1 ଜୁନ୍ (ହି.ସ.)- ‘ଆନ୍ତଃ ଜିଲ୍ଲା ଚାମ୍ପିୟନସିପ୍’ ସିଏମ୍ ଟ୍ରଫି-୨୦୨୫ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନଙ୍କ ଯୋଗଦାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁର
ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ସମ୍ବଲପୁର, ଭୁବନେଶ୍ୱର, କେନ୍ଦୁଝର ଓ ଗଞ୍ଜାମ ୪ - ଜୋନକୁ ନେଇ ଅନୁଷ୍ଠିତ ‘ଆନ୍ତଃ ଜିଲ୍ଲା ଚାମ୍ପିୟନସିପ୍’ ସିଏମ୍ ଟ୍ରଫି-୨୦୨୫ ସମାରୋହରେ ଯୋଗଦେଲି । ରାଜ୍ୟରେ ଖେଳ ପରମ୍ପରାକୁ
ଆଗେଇ ନେବା ସହ ତୃଣମୂଳ ସ୍ତରରୁ ପ୍ରତିଭାବାନ କ୍ରୀଡ଼ାବିତଙ୍କୁ ଅନ୍ୱେଷଣ କରିବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଏହି ପ୍ରତିଯୋଗିତାର ଆୟୋଜନ
ପ୍ରଶଂସନୀୟ । ସମସ୍ତ ଯୁବ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା