ଭୁବନେଶ୍ୱର, 1 ଜୁନ୍ (ହି.ସ.)
- ଜରିପଡାରେ
ଯୁବକଙ୍କୁ ହତ୍ୟା ଘଟଣାରେ, ବିଧବା ପତ୍ନୀଙ୍କ ଥଇଥାନ ବ୍ୟବସ୍ଥା କଲେ ଆଇନ ମନ୍ତ୍ରୀ । ଆଇନ
ମନ୍ତ୍ରୀ ମୃତକଙ୍କ ପରିବାରକୁ ଭେଟିଲେ, ଶୁଦ୍ଧି କ୍ରିୟା ପାଇଁ ସହାୟତା
କଲେ। ଏହା ସହିତ ବିଧବା ମହିଳାଙ୍କ ଥଇଥାନ ପାଇଁ
ବ୍ୟବସ୍ଥା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଜରିପଡା , ଡିଗୀରିସାହିର ଜଣେ ଯୁବକକୁ ହତ୍ୟା କରାଯାଇଥିଲା।
ଦୋଷୀଙ୍କୁ ଗିରଫ କରାଯାଇଛି। ଘରର ଏକ ମାତ୍ର ପୁଅ ହରାଇ ବାପା ମା କାନ୍ଦୁଥିବା ବେଳେ , ବିଧବା ପତ୍ନୀ ଛୁଆଙ୍କୁ ଧରି ଭୁବନେଶ୍ଵର ସରକାରୀ ବାସଭବନକୁ ଆସି ଗୁହାରି କରିଥିଲେ। ଏହାଶୁଣି ମନ୍ତ୍ରୀ ସହାୟତାର ହାତ ବଢ଼ାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା