ଭୁବନେଶ୍ୱର, 1 ଜୁନ୍ (ହି.ସ.)- ମନ୍ତ୍ରୀ
ମାନେ ମୁଖ୍ୟମନ୍ତ୍ରୀଙ୍କୁ ବର୍ଷକର ରିପୋର୍ଟ କାର୍ଡ ଦେଇସାରିଛନ୍ତି। କେବଳ ରିପୋର୍ଟ ଦେଇନାହାଁନ୍ତି, ଆଗାମୀ
ଦିନର ଯୋଜନା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଛି। ମୁଖ୍ୟମନ୍ତ୍ରୀ ତାହାକୁ ସମୀକ୍ଷା କରିବେ।
ଆମର ନିର୍ବାଚନୀ ଇସ୍ତାହାର ରେ ଯେଉଁ 21 ଟି ସଂକଳ୍ପ ଥିଲା ସେଥିରୁ ଆମେ 18 ଟିରେ ପ୍ରକ୍ରିୟା ଆରମ୍ଭ କରିଛୁ। ସୁଭଦ୍ରା ଓ ଏମଏସପି ଭଳି 7
ଟି ସଂକଳ୍ପ ପୂରଣ ହୋଇଛି। ଆଉ 11ଟିରେ କାମ ଆରମ୍ଭ କରିସାରିଛୁ। ପ୍ରଥମ ବର୍ଷରେ ଆମ ପାଇଁ ଏହା ବଡ ସଫଳତା। ଇସ୍ତାହାରର
ଆଗକୁ ଯିବା ପାଇଁ ଆମ ଲକ୍ଷ୍ୟ। ଜନସାଧାରଣଙ୍କ ଆବଶ୍ୟକତାକୁ ନେଇ ଆଗକୁ ଚାଲିବୁ ବୋଲି କହିଛନ୍ତି
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା