ଭୁବନେଶ୍ୱର, 1 ଜୁନ୍ (ହି.ସ.)
ଆଇନ ମନ୍ତ୍ରୀଙ୍କୁ ଭେଟିଲେ
ଯାତ୍ରା ଅଭିନେତ୍ରୀ ମାମାନି ଷଢଙ୍ଗୀ । ନିଜ ସ୍ୱାମୀ ସହ ଯାତ୍ରା ମାଲିକ ନାଣ୍ଡୁଙ୍କ ବିରୋଧରେ
ଅଭିଯୋଗ ପାଇଁ ଆସିଥିବା ସୂଚନା ମିଳିଛି । କିଛି ଦିନ ତଳେ ବକେୟା ଅର୍ଥ ପାଉଣାକୁ ନେଇ ଅଶୋକ
ସମ୍ରାଟ ଯାତ୍ରା ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁଙ୍କ ସହ ବିବାଦ ହୋଇଥିଲା । ଲୋକ ଲଗାଇ ତାଙ୍କୁ
ମାଡ଼ ମରିବା ସହ ଅସଭ୍ୟ ଭାଷାରେ ନାଣ୍ଡୁ ଗାଳି କରିଥିବା ଅଭିଯୋଗ କରିଥିଲେ ମାମୁନି । ଏ ନେଇ
ଥାନାରେ ମାମଲା କରିଥିଲେ ମାମୁନି ଷଢଙ୍ଗୀ ।
ଆଇନ ମନ୍ତ୍ରୀଙ୍କୁ ଭେଟିବା
ପରେ ଅଭିନେତ୍ରୀ ମାମୁନି ଷଢଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ନ୍ୟାୟ ପାଇଁ
ଆଇନ ମନ୍ତ୍ରୀଙ୍କୁ ଭେଟିଲି । ମନ୍ତ୍ରୀ ନ୍ୟାୟ ଦେବା ନେଇ ଆଶ୍ୱାସନା ଦେଇଛନ୍ତି । ଆଗକୁ ମୋ ଭଳି
ଆଉ ପୂଜା ଭଳି ଅନେକ କଳାକାର ସାମ୍ନାକୁ ଆସିବେ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା