ଭୁବନେଶ୍ୱର, 1 ଜୁନ୍ (ହି.ସ.)- ରାଜଧାନୀରେ
ଗଛକଟା ବନ୍ଦ କରିବାକୁ ଦାବି । ପରିବେଶ ସୁରକ୍ଷା ଗଛ କଟା ବନ୍ଦ ପାଇଁ ନାରା ଦେଇ ଆଜି ଶିଶୁଭଵନ
ଛକରେ ବୁଦ୍ଧି ଯିବି ମାନେ ଏକାଠି ହୋଇଛନ୍ତି | ହାତରେ ପ୍ଲାକ କାର୍ଡ ଧରି ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନା କରିଛନ୍ତି | ଭୁବନେଶ୍ୱରରେ ଚାରିଆଡେ ଗଛ କଟା
ଚାଲିଛି | ବିଗତ ସରକାର ସମୟରେ ଏକାମ୍ର କ୍ଷେତ୍ରରେ ସୌନ୍ଦର୍ଯ୍ୟକରଣ
କରିବା ପାଇଁ 140ଟା ଗଛ କାଟି ଦେଇଥିଲେ | ଯେଉଁଥିପାଇଁ ମନ୍ଦିର ଉପରେ ବିଜୁଳି
ପଡୁଛି | ରାଜଧାନୀରେ ଯାହା ସବୁ କାମ ହେଉଛି ସେଥିପାଇଁ ଗଛ କାଟି ପକାଉଛନ୍ତି
| ଗଛରେ ମଧ୍ୟ ପକ୍ଷୀ ଏବଂ ଜୀବ ଜନ୍ତୁ ବସବାସ କରୁଛନ୍ତି | ସେମାନଙ୍କୁ ସୁରକ୍ଷା ଦେବା ଆମ ଦାୟିତ୍ୱ | ରାଜଧାନୀରେ
ସରକାରୀ ହେଉ କି ବେସରକାରି କେହି ବି ଗଛ କାଟି ପାରିବେନି ସରକାର ଏଭଳି ନିୟମ ଆଣିବାକୁ ଦାବି ହୋଇଛି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା