ନୂଆଦିଲ୍ଲୀ, ୧୦ ଜୁନ୍ (ହି.ସ.)- କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜୁନ୍ ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ରାଜଘାଟ ସ୍ଥିତ ବିର୍ସା ମୁଣ୍ଡା ଲନ୍ ର ଗାନ୍ଧି ଦର୍ଶନ ପରିସରରେ ଲୋକ ସମ୍ବର୍ଦ୍ଧନ ଉତ୍ସବର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମ ସରକାରଙ୍କ ୧୧ ବର୍ଷର ଉପଲବ୍ଧି, ଅନ୍ତର୍ଭୁକ୍ତି, ସାଂସ୍କୃତିକ ଗର୍ବର ଉତ୍ସବ ମନାଇବା ନିମନ୍ତେ ଅଟେ । ଉତ୍ସବର ଉଦ୍ଦେଶ୍ୟ ଅନ୍ତର୍ଭୁକ୍ତି ଅଭିବୃଦ୍ଧି ପ୍ରଦର୍ଶନ କରିବା । ଏଥିରେ ମନ୍ତ୍ରଣାଳୟର ପ୍ରମୁଖ ଯୋଜନା, କାର୍ଯ୍ୟକ୍ରମ ଏବଂ ଉପଲବ୍ଧି ଗୁଡିକୁ ପ୍ରଦର୍ଶନ କରାଯିବ । ବିଶେଷ କରି ସଂଖ୍ୟାଲଘୁ ସମୁଦାୟର ଆର୍ଥିକ ସଶକ୍ତିକରଣ ଦିଗରେ ମନ୍ତ୍ରଣାଳୟର ନିରନ୍ତର ପ୍ରୟାସ ଉପରେ ମଧ୍ୟ ଧ୍ୟାନ ଦିଆଯିବ । ଏଥର ଲୋକ ସମ୍ବର୍ଦ୍ଧନ ଉତ୍ସବରେ ଉତର ଭାରତର ୫୦ରୁ ଅଧିକ କାରିଗରଙ୍କୁ ସାମିଲ୍ କରାଯିବ । ସେମାନେ ପାରମ୍ପାରିକ ହସ୍ତଶିଳ୍ପର ପ୍ରଦର୍ଶନ କରିବେ ଏବଂ ସମ୍ଭାବ୍ୟ କ୍ରେତାମାନଙ୍କ ସହିତ ଯୋଡି ହେବେ । କାର୍ଯ୍ୟକ୍ରମରେ କାରିଗର ଓ ଖାଦ୍ୟ ବିଶେଷଜ୍ଞମାନେ ମଧ୍ୟ ଅଂଶଗ୍ରହଣ କରିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ