ନାଗପୁର, ଜୁନ୍ ୧୨ (ହିସ) - ଗୁରୁବାର ଦିନ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ କହିଛନ୍ତି ଯେ ସେ ଏପରି ଜଣେ ନେତା ଯାହାଙ୍କୁ ତାଙ୍କ ନିଜ ଦଳ ଗମ୍ଭୀରତାର ସହ ନେଉନାହିଁ। ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ପଠାଇଥିବା ଚିଠି ଉପରେ ମତ ଦେଇ ଗଡକରୀ କହିଛନ୍ତି ଯେ ଯେକେହି ପ୍ରଧାନମନ୍ତ୍ରୀଙ୍କୁ ଚିଠି ପଠାଇପାରିବେ, କିନ୍ତୁ ପ୍ରତ୍ୟେକ ଚିଠିର ଉତର ଦେବା ଏବଂ ଏହା ବିଷୟରେ କଥା ହେବା ଆବଶ୍ୟକ ନୁହେଁ।
କେନ୍ଦ୍ର ମନ୍ତ୍ରୀ ଗଡକରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନଡିଏ ସରକାରଙ୍କ ସଫଳତା ବିଷୟରେ କହିଛନ୍ତି। ସେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ପଠାଯାଇଥିବା ଚିଠି ଉପରେ ନିଜର ମତ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖି ରାହୁଲ କହିଛନ୍ତି ଯେ ଦଳିତ, ଏସଟି, ଇବିସି, ଓବିସି ଏବଂ ସଂଖ୍ୟାଲଘୁ ଛାତ୍ରଙ୍କ ପାଇଁ ଆବାସିକ ହଷ୍ଟେଲର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଅନୁନ୍ନତ ବର୍ଗର ଛାତ୍ରଙ୍କ ପାଇଁ ମାଟ୍ରିକ୍ ପରବର୍ତୀ ଛାତ୍ରବୃତିରେ ବିଳମ୍ବର ସମାଧାନ ପାଇଁ ଆହ୍ୱାନ ଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ଦୁଇଟି ପ୍ରସଙ୍ଗ ଏହି ବର୍ଗର ୯୦ ପ୍ରତିଶତ ଛାତ୍ରଙ୍କ ପାଇଁ ଶିକ୍ଷାଗତ ସୁଯୋଗକୁ ବାଧା ଦେଉଛି।
------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ