ସଞ୍ଜୟ କପୁରଙ୍କ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିଲା
ମୁମ୍ବାଇ, ୧୩ ଜୁନ୍ (ହି.ସ.)- ବଲିଉଡ଼୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ପତି ସଞ୍ଜୟ କପୁରଙ୍କ ପରଲୋକ ଖବର ସମସ୍ତଙ୍କୁ ସ୍ତବ୍ଧ କରିଛି । ପ୍ରଥମେ ବିଶ୍ୱାସ କରାଯାଉଥିଲା ଯେ, ପୋଲୋ ଖେଳିବା ସମୟରେ ସେ ହୃଦଘାତର ଶିକାର ହୋଇଥିଲେ । କିନ୍ତୁ, ଏବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିଛି ।
ସଞ୍ଜୟ କପୁରଙ୍କ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିଲା


ମୁମ୍ବାଇ, ୧୩ ଜୁନ୍ (ହି.ସ.)- ବଲିଉଡ଼୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ପତି ସଞ୍ଜୟ କପୁରଙ୍କ ପରଲୋକ ଖବର ସମସ୍ତଙ୍କୁ ସ୍ତବ୍ଧ କରିଛି । ପ୍ରଥମେ ବିଶ୍ୱାସ କରାଯାଉଥିଲା ଯେ, ପୋଲୋ ଖେଳିବା ସମୟରେ ସେ ହୃଦଘାତର ଶିକାର ହୋଇଥିଲେ । କିନ୍ତୁ, ଏବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିଛି । ସାମ୍ନାକୁ ଆସିଥିବା ରିପୋର୍ଟ ସମସ୍ତଙ୍କୁ ଚକିତ କରିଛି ।

ବାସ୍ତବରେ ୫୩ ବର୍ଷିୟ ସଞ୍ଜୟ କପୁରଙ୍କ ମୃତ୍ୟୁର ପ୍ରକୃତ କାରଣ ମହୁମାଛିର ଶୁଣ୍ଢ ବୋଲି କୁହାଯାଉଛି । କୁହାଯାଉଛି ଯେ, ଖେଳୁଥିବା ସମୟରେ ତାଙ୍କୁ ମହୁମାଛି ମାରିଥିଲା । ଏହାଦ୍ୱାରା ତାଙ୍କୁ ଗମ୍ଭୀର ଏଲର୍ଜିକ ରିଆକ୍ସନ ହୋଇଥିଲା ଏବଂ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଅପ୍ରତ୍ୟାସିତ କାରଣ ସମସ୍ତଙ୍କୁ ଚକିତ କରିଛି ।

ରିପୋର୍ଟ ମୁତାବକ, ଲଣ୍ଡନରେ ପୋଲୋ ଖେଳିବା ସମୟରେ ଏକ ମହୁମାଛି ତାଙ୍କ ପାଟିରେ ପଶି ଯାଇଥିଲା । ଏହାପରେ ନିଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରିଥିଲେ । ଏହି ସମୟରେ ସେ ହୃଦଘାତର ଶିକାର ହୋଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ବଂଚାଇ ପାରିନଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande