ନୂଆଦିଲ୍ଲୀ, ୧୩ ଜୁନ୍ (ହି.ସ.)-ଆଇଜିଆଇ ଏୟାରପୋର୍ଟ ଥାନା ପୋଲିସ ନକଲି ଇମିଗ୍ରେସନ ରାକେଟ୍ ର ପର୍ଦାଫାଶ କରିବା ସହ ରାକେଟ୍ ର ମୁଖ୍ୟ ଅଭିଯୁକ୍ତ ଅମିତ କୁମାର (୩୫)କୁ ଗିରଫ କରିଛି । ଅଭିଯୁକ୍ତର ଘର କୁରୁକ୍ଷେତ୍ର ଅଂଚଳରେ । ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ଅବୈଧ ଭାବେ ଯାତ୍ରୀମାନଙ୍କୁ ଆମେରିକା ପଠାଇବା ନିମନ୍ତେ ନକଲି ଇମିଗ୍ରେସନ ମୋହର ଏବଂ ନକଲି କାଗଜପତ୍ର ବ୍ୟବହାର କରୁଥିଲା ।
ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ୨୦୨୫ ମଇ ୨୩-୨୪ ତାରିଖ ରାତିରେ ଆମେରିକାରୁ ଡିପୋର୍ଟ ହୋଇ ଫେରୁଥିବା ଏକ ୨୩ ବର୍ଷିୟ ଯୁବକ ଯେତେବେଳେ ଦିଲ୍ଲୀ ବିମାନବନ୍ଦରରେ ପହଂଚିଥିଲା, ସେତେବେଳେ ଇମିଗ୍ରେସନ ଯାଂଚ୍ ରେ ତା’ର ପାସପୋର୍ଟର କେତେକ ପୃଷ୍ଠା ଗାଏବ୍ ଥିବା ଦେଖିବାକୁ ମିଳିଥିଲା । ଯାଂଚ୍ ରେ ଖୁଲାସା ହୋଇଥିଲା ଯେ, ଯୁବକ ଜଣକ ଆମେରିକା ଯାତ୍ରା କେତେକ ଦେଶ ୟୁକେ, ଫ୍ରାନ୍ସ, ସ୍ପେନ, ନିକାରାଗୁଆ, ହୋଣ୍ଡୁରାସ, ଗ୍ୱାଟେମାଲା ଏବଂ ମେକ୍ସିକୋ ଜରିଆରେ ଅବୈଧ ଉପାୟରେ କରିଥିଲା । ସେ ଏଜେଂଟର କହିବା ଅନୁସାରେ ପାସପୋର୍ଟରୁ ସେହି ପୃଷ୍ଠା ଚିରି ଦେଇଥିଲା, ଯେଉଁ ପୃଷ୍ଠାରେ ନକଲି ମୋହର ଲାଗିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ