ଏୟାର ଇଣ୍ଡିଆ ବିମାନରେ ବୋମାର ଧମକ ପରେ ଥାଇଲାଣ୍ଡରେ ଜରୁରୀକାଳୀନ ଅବତରଣ
ନୂଆଦିଲ୍ଲୀ, ୧୩ ଜୁନ୍ (ହି.ସ.)- ଥାଇଲାଣ୍ଡର ଫୁକେଟରୁ ଭାରତର ରାଜଧାନୀ ନୂଆଦିଲ୍ଲୀକୁ ଆସୁଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୩୭୯ ରେ ଶୁକ୍ରବାର ବୋମାଥିବା ନେଇ ଧମକ ମିଳିଥିଲା । ଏହାପରେ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ଏହି ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍
ଏୟାର ଇଣ୍ଡିଆ ବିମାନରେ ବୋମାର ଧମକ ପରେ ଥାଇଲାଣ୍ଡରେ ଜରୁରୀକାଳୀନ ଅବତରଣ


ନୂଆଦିଲ୍ଲୀ, ୧୩ ଜୁନ୍ (ହି.ସ.)- ଥାଇଲାଣ୍ଡର ଫୁକେଟରୁ ଭାରତର ରାଜଧାନୀ ନୂଆଦିଲ୍ଲୀକୁ ଆସୁଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୩୭୯ ରେ ଶୁକ୍ରବାର ବୋମାଥିବା ନେଇ ଧମକ ମିଳିଥିଲା । ଏହାପରେ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ଏହି ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

ବିଦେଶୀ ମିଡ଼ିଆ ରିପୋର୍ଟ ମୁତାବକ, ବୋମାର ଧମକ ମିଳିବା ପରେ ଏୟାର ଇଣ୍ଡିଆର ବିମାନ ଏଆଇ-୩୭୯କୁ ଥାଇଲାଣ୍ଡରେ ଜରୁରୀକାଳୀନ ଅବତରଣ କରାଯାଇଛି । ଥାଇଲାଣ୍ଡ ବିମାନ ବନ୍ଦରର ଜଣେ ଅଧିକାରୀଙ୍କ ମୁତାବକ, ଜରୁରୀକାଳୀନ ଯୋଜନା ଅନୁରୂପ ଏୟାର ଇଣ୍ଡିଆର ବିମାନ ସଂଖ୍ୟା ଏଆଇ-୩୭୯ ର ସମସ୍ତ ୧୫୬ ଯାତ୍ରୀଙ୍କୁ ବିମାନରୁ ବାହାରକୁ ବାହାର କରାଯାଇଛି । ପ୍ରାଥମିକ ତଲାସୀ ପରେ ସମ୍ପୃକ୍ତ ବିମାନରୁ କୌଣସି ବୋମା ମିଳିନାହିଁ । ଯଦିଓ, ବୋମାର ଧମକ ମିଳିବା ପରେ ଏଓଟି ଏ ବାବଦରେ ବିସ୍ତୃତ ସୂଚନା ଦେଇନାହିଁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande