ଭଦ୍ରକ, ୧୦ ଜୁନ୍ (ହି.ସ.) - ଆଜି ଦିବା ୧୦ଟା ରେ ସଦଭାବନା ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ର ‘ଟେବୁଲ ଟପ୍ ଏକ୍ସରସାଇଜ’ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ର ଅଧ୍ୟକ୍ଷତା କରିଥିଲେ ଜିଲ୍ଲାପାଳ ଦିଲିପ ରାଉତରାଏ। ଅନ୍ୟ ପ୍ରଶାସନିକ ଅଧିକାରୀ ଯଥା ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଓ ସରୋଜ ଦତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା, ଏନସିସି କମାଣ୍ଡର ସରୋଜ୍ ସାହୁ,ଜିଲ୍ଲା ଜରୁରୀ କାଳୀନ ଅଧିକାରିଣୀ ସାଗରିକା ସାହୁ, ସିଡିଏମ୍ଓ ଡକ୍ଟର ସୁଧି ରଞ୍ଜନ ନାୟକ ଙ୍କ ସହିତ ଜିଲ୍ଲା ର ସମସ୍ତ ତହସିଲଦାର , ଗୋଷ୍ଟୀ ଉନ୍ନୟନ ଅଧିକାରୀ, ପୌର ଅଧିକାରି ଓ ବିଭିନ୍ନ ଲାଇନ୍ ଡିପାର୍ଟମେଂଟର ଅଧିକାରୀ ମାନେ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଉକ୍ତ ବୈଠକ ରେ ବିପର୍ଯୟ ପରିଚାଳନାର ବିଭିନ୍ନ ଅଧିକାରୀଙ୍କ କାର୍ଯ୍ୟ ବିଷୟ ରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଆଲୋଚନା କରିଥିଲେ।ବାତ୍ୟା ନିୟନ୍ତ୍ରଣ,ବନ୍ୟା ନିୟନ୍ତ୍ରଣ , ଲୁଣା ପାଣି ନିୟନ୍ତ୍ରଣ ଏବଂ ଏହାର ପରିଚଳନା ବିଷୟ ସଂପୃକ୍ତ ବିଭାଗର କର୍ତବ୍ୟ ଓ ଏହି କାର୍ଯ୍ୟକୁ କିପରି ସମ୍ପାଦନ କରିବେ ତାହାର ଏକ ତଥ୍ୟ ପିପିଟି ମାଧ୍ୟମରେ ଦର୍ଶାଇଥିଲେ। ଜୁନ ୧୮ ତାରିଖରେ ହେବାକୁ ଥିବା ବୈଠକରେ ସମସ୍ତ ବିଭାଗର ପ୍ରାକୃତିକ ବିପତି ଓ ବିପର୍ଯାୟ ସଂପୃକ୍ତ ଅଧିକାରୀଙ୍କ କର୍ତବ୍ୟ ଓ ଅନ୍ୟା ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ବିପର୍ଯ୍ୟୟର ମୁକାବିଲା କରିବା ବିଷୟରେ ଜଣାଇବାକୁ ନିର୍ଦ୍ଧେଶ ଦିଆ ଯାଇଥିଲା। ପରିଶେଷରେ ଜିଲ୍ଲାପାଳ କହିଲେ ଯେ ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ଏହି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଟତ୍ୱ ପ୍ରତିପାଦନ କରିପାରିଛି। ଏହି ଜୁନ ମାସ ଠାରୁ ପ୍ରାକୃତିକ ବିପର୍ଯ୍ୟୟ ଆରମ୍ଭ ହୋଇଯାଇ ଥାଏ। ଆମର ସ୍ୱଳ୍ପ ସମ୍ବଳ ଓ ଅର୍ଥକୁ ବିନିଯୋଗ କରି ବିପର୍ଯ୍ୟୟକୁ ସାମନା ଓ ଶୂନ୍ୟ କାଜୁଆଲିଟି ପ୍ରଥମ ଆଭିମୁଖ୍ୟ ବୋଲି ସୂଚେଇ ଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ