ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ତରଫରୁ ବିଶ୍ୱ ଯୋଗ ଦିବସ ପାଳିତ
DLSA observed international yoga day in Phulbani
ଫୋଟ


କନ୍ଧମାଳ, ୨୧ ଜୁନ୍‌(ହି.ସ.) – ଆଜି କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଦ୍ୱାରା ବିଶ୍ୱ ଯୋଗ ଦିବସ, ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସମ୍ମିଳନୀ ଗୃହ, ମଣ୍ଡଳ କାରାଗାର, ଫୁଲବାଣୀ ଏବଂ ଗୋପବନ୍ଧୁ ବାଳାଶ୍ରମ, ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହାସହିତ ଆଇନ ସଚେତନତା ଶିବିର ମଣ୍ଡଳ କାରାଗାର, ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ରାମ ଶଙ୍କର ହୋତାଙ୍କ ନିର୍ଦ୍ଦେଶକ୍ରମେ ବିଶ୍ୱ ଯୋଗଦିବସ ପାଳନ ଉପଲକ୍ଷେ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସମ୍ମିଳନୀ ଗୃହ ଓ ମଣ୍ଡଳ କାରାଗାର, ଫୁଲବାଣୀ ଠାରେ ଯୋଗ ଶିବିରର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରରେ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ରାମ ଶଙ୍କର ହୋତା, ଶ୍ରୀମତୀ ରୂପଶ୍ରୀ ଚୌଧୁରୀ, ବିଚାରପତି, ପରିବାର ଅଦାଲତ, ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଶ୍ରୀଯୁକ୍ତ ରାଜେଶ ଦାଶ, ପ୍ରୀତିଶ କୁମାର ରାଉତରାୟ, ଅତିରିକ୍ତ ଜିଲ୍ଲା ଜଜ୍‌, ମନୋରଞ୍ଜନ ଦାଶ, ପୋକ୍ସୋ କୋର୍ଟର ବିଚାରପତି, କୈଳାଶ ଚନ୍ଦ୍ର ସ୍ୱାଇଁ, ଏଫ.ଟି.ଏସ.ସି. କୋର୍ଟ ର ବିଚାରପତି, ଶ୍ରୀଯୁକ୍ତ ଦୋଳଗୋବିନ୍ଦ ବାରିକ, ଅଧ୍ୟକ୍ଷ, ସ୍ଥାୟୀ ଲୋକ ଅଦାଲତ, ଫୁଲବାଣୀ, ଶ୍ରୀମତୀ ବନାଲି ତ୍ରିପାଠୀ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି, ରମାକାନ୍ତ ମହାନ୍ତି, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ, ଶ୍ରୀମତୀ ବିଶ୍ୱକଲ୍ୟାଣୀ ମିଶ୍ର, ମହିଳା ଅଦାଲତ ବିଚାରପତି, ଶ୍ରୀମତୀ ସୌମ୍ୟା ସୋନାଲିକା, ଏସ.ଡି.ଯେ.ଏମ. ବଦ୍ରିନାଥ ବିଶ୍ୱାଳ, ଜେ.ଏମ୍‌.ଏସ.ସି, ସୁଶ୍ରୀ ଲୋପାମୁଦ୍ରା ଆଚାର୍ଜ୍ୟ, ଜେ.ଏମ୍‌.ଏସ.ସି, ବିଜୟ କୁମାର ମହାନ୍ତି, ବରିଷ୍ଠ ଆଇନଜୀବୀ ଓ ଶ୍ରୀଯୁକ୍ତ ଶିବ ପ୍ରସାଦ ତ୍ରିପାଠୀ, ସରକାରୀ ଆଇନଜୀବୀ, ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ, ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍େସଲ, ନିରୋଦ କୁମାର ପାତ୍ର, ଡେପୁଟି ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍େସଲ, ଜିଲ୍ଲା ଆଇନ ସେବା ସମୁଖ କାର୍ଯ୍ୟାଳୟ ର ରିଟେନର ଶ୍ରୀଯୁକ୍ତ ଅନୁପ ନାରାୟଣ ନାୟକ, ଫୁଲବାଣୀ, ଓ ପାନେଲ ଲୟର ଓ ପାରା ସ୍ୱେଚ୍ଛାସେବି, ଜିଲା କୋର୍ଟ ଫୁଲବାଣୀ ର କର୍ମଚାରୀ ବୃନ୍ଦ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ।

ଏତଦ ସହିତ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମ ଶଙ୍କର ହୋତାଙ୍କର ପୌରୋହିତ୍ୟ ରେ ମଣ୍ଡଳ କାରାଗାର, ଫୁଲବାଣୀ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା କୋର୍ଟ , ଫୁଲବାଣୀର ଉପରୋକ୍ତ ବିଚାରପତି ବୃନ୍ଦ, ବରିଷ୍ଠ ଆଇନଜୀବୀ , ଲିଗାଲ ଏଡ ଡିଫେନ୍ସ କାଉନ୍େସଲ, ମଣ୍ଡଳ କାରାଗାର, ଫୁଲବାଣୀ ର ଅଧିକ୍ଷକ, କର୍ମଚାରୀ ବୃନ୍ଦ, ଅନ୍ତେବାସୀ ଓ ଯୋଗ ଗୁରୁ ଇତ୍ୟାଦି ଯୋଗଦାନ କରିଥିଲେ। ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମ ଶଙ୍କର ହୋତା ଓ ଅନ୍ୟ ବିଚାରିପତି ବୃନ୍ଦ ନିଜ ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ ଯେ ଯୋଗାଭ୍ୟାଶକୁ ଦୈନନ୍ଦିନ ଜୀବନର ଏକ ଅଭ୍ୟାସ ରେ ପରିଣତ କରିବା ଦ୍ୱାରା ହିଁ ମାନବ ସମାଜର ଶାରୀରିକ ତଥା ମାନସିକ ସ୍ତର ରେ ସୁଧାର ଓ ଉନ୍ନତି ହୋଇଥାଏ, ଏତଦ ସହିତ ଅନ୍ତେବାସୀମାନଙ୍କର ମୌଳିକ ଅଧିକାର ଓ ଆଇନ ସହାୟତା ସମ୍ବନ୍ଧ ରେ ମୂଲବାନ ଉପଦେଶ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀ ରମାକାନ୍ତ ମହାନ୍ତି ଏହି ସଚେତନତା ଶିବିରକୁ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande