ଜୟପୁର 10 ଜୁନ
(ହି.ସ)-ରାଜସ୍ଥାନରେ ମୌସୁମୀ ଆସିବା ପୁର୍ବରୁ ଗରମ ଆରମ୍ଭ ହୋଇଯାଇଛି।ଦିନ ଏବଂ ରାତି ଉଭୟ
ସମୟରେ ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଉଛି।ପାଣିପାଗ ବିଜ୍ଞାନ ଅନୁଯାୟୀରାଜ୍ୟର ଅନେକ ସ୍ଥାନରେ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ
ପାଗ ଶୁଷ୍କ ରହିବ ଏବଂ ଲୁ ସହିତ ଗରମ ଲହରୀ ମଧ୍ୟ ଜାରି ରହିବ।ଗତ 24 ଘଣ୍ଟାରେ
ଶ୍ରୀଗଙ୍ଗାନଗରସବୁଠାରୁ ଉତ୍ତପ୍ତ ସହର
ଥିଲା,ଯେଉଁଠାରେ ସବୁଠାରୁ ତାପମାତ୍ରା 47.3 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।ବୀକାନେରରେ
45.8,ଚୁରୁରେ 45.6,ଫଲୋଦୀରେ 45.2 ଏବଂ ଜୈସଲମେରରେ 45 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ
କରାଯାଇଥିଲା।ଜୟପୁରରେ ସୋମବାର ସର୍ବାଧିକ ତାପମାତ୍ରା 43.8 ଏବଂ ନ୍ୟୁନତମ ତାପମାତ୍ରା 31.8
ଡିଗ୍ରୀ ସେଲସିୟସ ଥିଲା।ପାଣିପାଗ ବିଭାଗ ଅନୁଯାୟୀ ଆଗାମୀ ତିନି-ଚାରି ଦିନ ପର୍ଯ୍ୟନ୍ତ ପ୍ରବଳ
ଗରମରୁ ମୁକ୍ତି ପାଇବାର କୌଣସି ସମ୍ଭାବନା ନାହିଁ।ପଶ୍ଚିମୀ ରାଜସ୍ଥାନର
ବୀକାନେର,ଜୈସଲମେର,ଚୁରୁ,ଝୁନଝୁନ ଏବଂ କୋଟାଜିଲ୍ଲାରେତାପମାତ୍ରା 45 ରୁ 47
ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ।15-16 ଜୁନରେ କୋଟା ଏବଂ ଭରତପୁର ଡିଭିଜନରେ ହାଲୁକା ବର୍ଷାର
ସମ୍ଭାବନା ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା