ଗତ ୧୧ ବର୍ଷ ଦେଶ ନିମନ୍ତେ ଥିଲା ସୁବର୍ଣ୍ଣ ସମୟ - ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ, ୧୦ ଜୁନ୍ (ହି.ସ.)- ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେନ୍ଦ୍ରର ମୋଦୀ ସରକାରଙ୍କ ୧୧ ବର୍ଷ ପୂର୍ତି ଉପରେ କହିଛନ୍ତି ଯେ, ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ୧୧ ବର୍ଷ ସୁବର୍ଣ୍ଣ ସମୟ ରୂପେ ଜଣାଯିବ । ଏହି କାର୍ଯ୍ୟକାଳରେ ପ୍ରଧା
ଗତ ୧୧ ବର୍ଷ ଦେଶ ନିମନ୍ତେ ଥିଲା ସୁବର୍ଣ୍ଣ ସମୟ - ଯୋଗୀ ଆଦିତ୍ୟନାଥ


ଲକ୍ଷ୍ନୌ, ୧୦ ଜୁନ୍ (ହି.ସ.)- ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେନ୍ଦ୍ରର ମୋଦୀ ସରକାରଙ୍କ ୧୧ ବର୍ଷ ପୂର୍ତି ଉପରେ କହିଛନ୍ତି ଯେ, ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ୧୧ ବର୍ଷ ସୁବର୍ଣ୍ଣ ସମୟ ରୂପେ ଜଣାଯିବ । ଏହି କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ବିଶ୍ୱରେ ପରିଚୟ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ମୋଦୀ ସରକାରଙ୍କ ୧୧ ବର୍ଷ ପୂର୍ଣ୍ଣ ହେବା ଅବସରରେ ମଙ୍ଗଳବାର ଲକ୍ଷ୍ନୌ ସ୍ଥିତ ପାର୍ଟିର ପ୍ରଦେଶ କାର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ, ଭାଜପା ପ୍ରଦେଶ ଅଧ୍ୟକ୍ଷ ଭୂପେନ୍ଦ୍ର ଚୌଧୁରୀ ଏବଂ ପ୍ରଦେଶ ମହାମନ୍ତ୍ରୀ ସଂଗଠନ ଧର୍ମପାଳଙ୍କ ସହିତ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ଉପଲବ୍ଧି ଗୁଡିକ ବାବଦରେ କହିଛନ୍ତି । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ କେବଳରେ ବିଶ୍ୱରେ ପରିଚୟ ଦେଇଛି ତାହା ନୁହେଁ, ବରଂ ସେ ନିଜକୁ ୧୪୦ କୋଟି ଭାରତୀୟଙ୍କ ଏକ ବିଶ୍ୱାସର ପ୍ରତିକ କରିଛନ୍ତି । ସ୍ୱାଧିନତାର ୬୫ ବର୍ଷରେ କଂଗ୍ରେସ ନେତୃତ୍ୱ ଏବଂ ଅନ୍ୟ ଅସ୍ଥିର ସରକାର ପ୍ରତି ସାଧାରଣ ଜନତାଙ୍କର ଯେଉଁ ବିଶ୍ୱାସ ଭାଙ୍ଗିଥିଲା, ଗତ ୧୧ ବର୍ଷରେ ଦୁର୍ନିତିମୁକ୍ତ, ତୁଷ୍ଟିକରଣ ରାଜନୀତିରୁ ମୁକ୍ତ, ଏକ ଭାରତ ଶ୍ରେଷ୍ଠ ଭାରତର ସଂକଳ୍ପକୁ ପୂର୍ଣ୍ଣ କରିବାର ନେତୃତ୍ୱ ପ୍ରଦାନ କରି ଭରସା ବଢାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande