ମୁମ୍ବାଇ, ୧୨ ଜୁନ୍ (ହି.ସ.)- ବିଶ୍ୱ ସମ୍ବାଦ କେନ୍ଦ୍ର, ମୁମ୍ବାଇ ପକ୍ଷରୁ ଚଳିତ ବର୍ଷ ୭୭ ବର୍ଷରେ ସଂଚାଳିତ ବହୁଭାଷୀ ସମାଚାର ଏଜେନ୍ସୀ ‘ହିନ୍ଦୁସ୍ଥାନ ସମାଚାର’କୁ ଦେବର୍ଷି ନାରଦ ପୁରସ୍କାରରେ ସମ୍ମାନିତ କରାଯିବ । ପ୍ରତି ବର୍ଷ ମିଡ଼ିଆ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ‘ଦେବର୍ଷି ନାରଦ ସାମ୍ବାଦିକ ସମ୍ମାନ’ ଦିଆଯିବାର ଏହା ରୌପ୍ୟ ଜୟନ୍ତୀ ବର୍ଷ ଅଟେ । ଏହି ଅବସରରେ ମିଡ଼ିଆର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୧୧ ଜଣ ଲୋକଙ୍କୁ ସମ୍ମାନିତ କରାଯିବ ।
ଏହି ପୁରସ୍କାର ସମାରୋହ ଜୁନ୍ ୧୪ ତାରିଖରେ ବାନ୍ଦ୍ରା ପୂର୍ବରେ କୁର୍ଲା କମ୍ପେ୍ଲକ୍ସର ଏନଏସଇ ବିଲ୍ଡିଂରେ ଆୟୋଜିତ ହେବ । ‘ଦି ଇଣ୍ଡିଆନ ଏକ୍ସପ୍ରେସ ଗୃପ୍’ ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅନନ୍ତ ଗୋୟନକାଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମର ମୁଖ୍ୟବକ୍ତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପଶ୍ଚିମ ବିଭାଗର କାର୍ଯ୍ୟକାରିଣୀ ସଦସ୍ୟ ରାଜାଭାଉ ମୁଲେ ହେବେ । ଏଥି ସହିତ ସାପ୍ତାହିକ ବିବେକ ପତ୍ରିକାର ସମ୍ପାଦକ ଅଶ୍ୱିନୀ (କବିତା) ମୟେକରଙ୍କୁ ସାମ୍ବାଦିକତାରେ ତାଙ୍କର ବିଶେଷ ଯୋଗଦାନ ନିମନ୍ତେ ବିଶ୍ୱ ସମ୍ବାଦ କେନ୍ଦ୍ର, ମୁମ୍ବାଇ ପକ୍ଷରୁ ଚଳିତ ବର୍ଷ ଦେବର୍ଷି ନାରଦ ପୁରସ୍କାରରେ ସମ୍ମାନିତ କରାଯିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ