ନୂଆଦିଲ୍ଲୀ, ୧୨ ଜୁନ୍ (ହି.ସ.)- ବାଙ୍ଗଲାଦେଶରେ ରବିନ୍ଦ୍ର ନାଥ ଟାଗୋରଙ୍କ ପୈତୃକ ଘରେ ଭଙ୍ଗାରୁଜା ଘଟଣାକୁ ତୀବ୍ର ନିନ୍ଦା କରିଛି ଭାରତୀୟ ଜନତା ପାର୍ଟି (ଭାଜପା) । ପାର୍ଟି ପ୍ରବକ୍ତା ଡଃ. ସମ୍ବିତ ପାତ୍ର କହିଛନ୍ତି ଯେ, ବାଙ୍ଗଲାଦେଶ ସହିତ ଜଡ଼ିତ ଏହି ସମ୍ପୂର୍ଣ୍ଣ ମାମଲାକୁ ସରକାର ବଡ ସମ୍ବେଦନଶିଳତାର ସହିତ ନେଇଛନ୍ତି । ଡଃ. ପାତ୍ର ଗୁରୁବାର ଭାଜପା ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରବିନ୍ଦ୍ର ନାଥ ଟାଗୋର ଦୁଇ ରାଷ୍ଟ୍ରର ରାଷ୍ଟ୍ରିୟ ସଙ୍ଗୀତକୁ ଲେଖିଛନ୍ତି । ଭାରତର ଜାତୀୟ ସଙ୍ଗୀତ ଜନ-ଗଣ-ମନକୁ ରବିନ୍ଦ୍ରନାଥ ଟାଗୋର ଲେଖିଛନ୍ତି । ବାଙ୍ଗଲାଦେଶର ଜାତୀୟ ସଙ୍ଗୀତକୁ ମଧ୍ୟ ରବିନ୍ଦ୍ରନାଥ ଲେଖିଛନ୍ତି ।
ମିଡ଼ିଆ ରିପୋର୍ଟ ଅନୁସାରେ ନିକଟରେ ଏହି ଘର ଉପରେ ଆକ୍ରମଣ କରାଯାଇଥିଲା । ଯାହାକୁ କି ଜମାତ-ଏ-ଇସଲାମୀ ଏବଂ ହିଫାଜତ-ଏ-ଇସଲାମ ର ସଦସ୍ୟ ମାନେ ଅଞ୍ଜାମ ଦେଇଥିଲେ । ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ କରାଯାଇଥିଲା । ଭାଜପା ପ୍ରବକ୍ତା ଡଃ. ସମ୍ବିତ ପାତ୍ର କହିଛନ୍ତି ଯେ, ରବିନ୍ଦ୍ର ନାଥ ଟାଗୋର କୌଣସି ସାଧାରଣ ବ୍ୟକ୍ତି ନଥିଲେ । ସେ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ସେ ନିଜର ସାହିତ୍ୟ, ଦର୍ଶନ ଓ ଦୃଷ୍ଟି ମାଧ୍ୟମରେ ବିଶ୍ୱ ପାଇଁ ଅନେକ ଯୋଗଦାନ ଦେଇଛନ୍ତି । ଟାଗୋର କୌଣସି ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ସୀମିତ ନଥିଲେ, ତାଙ୍କର ଐତିହ୍ୟ ରାଷ୍ଟ୍ରରୁ ଉର୍ଦ୍ଧ୍ୱରେ ଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ