ଆନ୍ତର୍ଜାତିକ ଯୋଗ ଦିବସରେ ବିଶାଖାପଟନମ୍ ରେ ଯୋଗ କରିବେ ପ୍ରଧାନମନ୍ତ୍ରୀ; ଉପସ୍ଥିତ ରହିବେ ୪୦ ଦେଶର କୂଟନୀତିଜ୍ଞ
ନୂଆଦିଲ୍ଲୀ, ୧୨ ଜୁନ୍ (ହି.ସ.)- ଆନ୍ତର୍ଜାତିକ ଯୋଗ ଦିବସ (୨୧ ଜୁନ୍‌) ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶାଖାପଟନମ୍ ରେ ଆୟୋଜିତ ହେବାକୁ ଥିବା ଭବ୍ୟ କାର୍ଯ୍ୟକ୍ରମରେ ଯୋଗ କରିବେ । ସେ ସେଠାରେ ୪୫ ମିନିଟ୍ ରେ ୧୯ ଯୋଗ ଆସନ କରିବେ । ତାଙ୍କ ସହିତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ର
ଆନ୍ତର୍ଜାତିକ ଯୋଗ ଦିବସରେ ବିଶାଖାପଟନମ୍ ରେ ଯୋଗ କରିବେ ପ୍ରଧାନମନ୍ତ୍ରୀ; ଉପସ୍ଥିତ ରହିବେ ୪୦ ଦେଶର କୂଟନୀତିଜ୍ଞ


ନୂଆଦିଲ୍ଲୀ, ୧୨ ଜୁନ୍ (ହି.ସ.)- ଆନ୍ତର୍ଜାତିକ ଯୋଗ ଦିବସ (୨୧ ଜୁନ୍‌) ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶାଖାପଟନମ୍ ରେ ଆୟୋଜିତ ହେବାକୁ ଥିବା ଭବ୍ୟ କାର୍ଯ୍ୟକ୍ରମରେ ଯୋଗ କରିବେ । ସେ ସେଠାରେ ୪୫ ମିନିଟ୍ ରେ ୧୯ ଯୋଗ ଆସନ କରିବେ । ତାଙ୍କ ସହିତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାୟଡୁ ମଧ୍ୟ ସେଠାରେ ଉପସ୍ଥିତ ରହିବେ ।

କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପରାଓ ଜାଧବ ଗୁରୁବାର ନେଶନାଲ ମିଡ଼ିଆ ସେଂଟରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଶାଖାପଟନମ୍ ରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ୪୦ ଦେଶର କୂଟନୀତିଜ୍ଞ ମଧ୍ୟ ସାମିଲ୍ ହେବେ । ଏଥି ସହିତ ୨୦ଟି ଦେଶରୁ ଆସିଥିବା ଯୋଗ ଆଚାର୍ଯ୍ୟ ଏବଂ ପ୍ରଶିକ୍ଷିତ ଲୋକ ମଧ୍ୟ ଉପସ୍ଥିତ ରହିବେ । ସେମାନଙ୍କ ବ୍ୟତୀତ ଅନ୍ୟ ୨୦ ଦେଶର ଭାରତରେ ରହୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଚଳିତ ବର୍ଷ ଯୋଗ ଦିବସର ଥିମ୍ ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ନିମନ୍ତେ ଯୋଗ’ ଯାହାର ଘୋଷଣା ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ୩୦ ତାରିଖରେ ନିଜର ମନ୍ କି ବାତ୍ ରେଡ଼ିଓ କାର୍ଯ୍ୟକ୍ରମରେ କରିଥିଲେ । ଏହି ଥିମ୍ ବ୍ୟକ୍ତିଗତ ସନ୍ତୁଳନ ଏବଂ ବୈଶ୍ୱିକ ସାମଞ୍ଜସ୍ୟକୁ ପୁନଃ ସ୍ଥାପନ କରିବାକୁ ଭାରତର ଯୋଗର ଶକ୍ତିକୁ ହାଇଲାଇଟ୍ କରୁଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande