କୋଲକାତା, ୧୦ ଜୁନ୍ (ହି.ସ.)- ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ (ଆରଏସଏସ) ନିଜର ପ୍ରତିଷ୍ଠାର ଶହେ ବର୍ଷ ପୂର୍ତି ନେଇ ଆୟୋଜିତ ହେବାକୁ ଯାଉଥିବା ସବୁଠୁ ବଡ ଆୟୋଜନରେ ପଶ୍ଚିମବଙ୍ଗ ନିମନ୍ତେ ବିଶେଷ ବ୍ୟବସ୍ଥା କରାଯାଇଛି । ବିଜୟାଦଶମୀ ଦିନ ହେବାକୁ ଥିବା ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗରେ ମହାଳୟା ଦିନ (ନବରାତ୍ରର ପୂର୍ବ ସଂନ୍ଧ୍ୟା)ରେ ଅନୁଷ୍ଠିତ ହେବ ।
ଆରଏସଏସ ସୂତ୍ରରୁ ପ୍ରାପ୍ତ ଖବର ଅନୁସାରେ, ବିଜୟାଦଶମୀରେ ସଂଘ ପ୍ରମୁଖଙ୍କ ଉଦବୋଧନ ଦେଶବ୍ୟାପୀ ସ୍ୱୟଂସେବକ ମାନଙ୍କ ନିମନ୍ତେ ସବୁଠୁ ମହତ୍ୱପୂର୍ଣ୍ଣ ବାର୍ଷିକ କାର୍ଯ୍ୟକ୍ରମ ହୋଇଥାଏ । ଏଥିରେ ସଂଗଠନର ବର୍ଷକର ଗତିବିଧିର ସମୀକ୍ଷା ଏବଂ ଆଗାମୀ ନୀତିର ଦିଗ ସ୍ଥିର ହୋଇଥାଏ । ଚଳିତ ବର୍ଷ ଏହି ଆୟୋଜନ ଆହୁରି ଗୁରୁତ୍ୱପୂର୍ଣ୍ଣ, କାରଣ ଆରଏସଏସ ଚଳିତ ବର୍ଷ ନିଜର ପ୍ରତିଷ୍ଠାର ୧୦୦ ବର୍ଷ ପୂର୍ଣ୍ଣ କରୁଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ