ଶ୍ରୀନଗର, 10 ଜୁନ୍ (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ନିକଟରେ ମାତା ବୈଷ୍ଣୋ ଦେବୀ କଟରା ଓ ଶ୍ରୀନଗର ମଧ୍ୟରେ ବନ୍ଦେ ଭାରତ୍ ଟ୍ରେନର
ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍ ଚାଲୁ ହେବା ପରେ ସ୍ଥାନୀୟ ଲୋକେ ଖୁସି ପ୍ରକାଶ କରିଛନ୍ତି।
ଏହା ମଧ୍ୟରେ ଜମ୍ମୁ ଓ
କଶ୍ମୀର ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ୍ ଅବ୍ଦୁଲ୍ଲା ମଧ୍ୟ ଟ୍ରେନ୍ ଆରମ୍ଭ ହେବାକୁ ନେଇ
ଖୁସି ପ୍ରକାଶ କରି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ
ଦ୍ୱାରା କଶ୍ମୀର ପାଇଁ ଆରମ୍ଭ କରାଯାଇଥିବା ଏହି ନୂଆ ଟ୍ରେନ୍ ସେବା ଦ୍ୱାରା ସ୍ଥାନୀୟ ଲୋକମାନେ
ଓ ପର୍ଯ୍ୟଟକମାନେ ଉପକୃତ ହେବେ।
ପାର୍ଟି ସହଯୋଗୀମାନଙ୍କ ସହିତ
ମଙ୍ଗଳବାର ଟ୍ରେନ୍ରେ ଯାତ୍ରା କରିବା ପূର୍ବରୁ ଫାରୁକ୍ ଅବ୍ଦୁଲ୍ଲା ଏକ ପ୍ରେସମିଟରେ କହିଛନ୍ତି ଯେ,
“ମୁଁ ଖୁବ ଖୁସି ଅନୁଭବ କରୁଛି ଯେ ଆଜି ମୁଁ ଏହି
ଟ୍ରେନ୍ରେ କଟରାକୁ ଯାତ୍ରା କରୁଛି। ଏହା ଆମ ପାଇଁ ସବୁଠାରୁ ବଡ଼ ଲାଭ।”
ସେ କହିଛନ୍ତି ଯେ,
“କଶ୍ମୀରକୁ ଶେଷ ଭାରତ ସହିତ ଯୋଡୁଥିବା ଏହି ଟ୍ରେନ୍
ଘାଟିର ଲୋକମାନଙ୍କ ପାଇଁ ଏକ ଭରସାଯୋଗ୍ୟ ପରିବହନ ସଂଯୋଗ ହେବ। ଶ୍ରୀନଗର ଓ ଜମ୍ମୁ ମଧ୍ୟରେ ସଡ଼କ
ଅନେକ ସମୟ ବନ୍ଦ ହୋଇଯାଏ ଓ ବିମାନ ଭଡା ବଢ଼ାଇ ଲୋକମାନକୁ ଲୁଟିଥାନ୍ତି । ଏହି ଟ୍ରେନ୍ ଦ୍ୱାରା ଲୋକେ ଏହି ସମସ୍ୟାରୁ ମୁକ୍ତ ହେବେ।”
ଫାରୁକ୍ ଅବ୍ଦୁଲ୍ଲା କହିଛନ୍ତି
ଯେ, “ଏହି ରେଳ ଯୋଗାଯୋଗ କଶ୍ମୀରର
ବାଗବାନୀ ଅଂଚଳ ପାଇଁ ମଧ୍ୟ ଲାଭକାରୀ ହେବ, କାରଣ ଉତ୍ପାଦ ବଜାରରେ ଶୀଘ୍ର ପହଞ୍ଚିପାରିବ। ଏହା ଦ୍ୱାରା କଶ୍ମୀରକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ
ଲାଭ ଉଠାଇପାରିବେ।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା