ଇସ୍ଲାମାବାଦ 11 ଜୁନ
(ହି.ସ)-ପାକିସ୍ଥାନର ରେଳମନ୍ତ୍ରୀ ହନୀଫ ଅବ୍ବାସୀ କହିଛନ୍ତି ଯେ ପାକିସ୍ଥାନ ନିଜର ରେଳ ସେବା ରୁଷ ପର୍ଯ୍ୟନ୍ତ ବିସ୍ତାର କରିବାକୁ
ଯାଉଛି।ଏହା ଉପରେ 22 ଜୁନରେ କାମ ଆରମ୍ଭ ହେବ।ସେ ସାମ୍ବାଦିକମାନଙ୍କୁ ଏହି ସୁଚନା ମଙ୍ଗଳବାର ପଞ୍ଜାବ ପ୍ରଦେଶର ମୁଲ୍ତାନ
ରେଲୱେର ଡିଭିଜନଲ ସୁପରିଟେଣ୍ଡେଣ୍ଟର କାର୍ଯ୍ୟାଳୟରେ ଡକାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଛି। ଦ ନେଶନ ଖବରକାଗଜ
ଅନୁସାରେ ଅବ୍ବାସୀ କହିଛନ୍ତି ଯେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଦୃଷ୍ଟିରେ ରଖି 2027 ପର୍ଯ୍ୟନ୍ତ
ରେଲୱେର ବେଡେରେ ପ୍ରାୟ 200 ଗାଡି ସାମିଲ
କରାଯିବ।ରେଳବାଇକୁ ଦ୍ରୁତଗତିରେ ଡିଜିଟଲିକରଣ କରାଯାଉଛି।ଏ ସମ୍ପର୍କରେ ପଞ୍ଜାବ ସୁଚନା
ପ୍ରଯୁକ୍ତିବିଦ୍ୟା ବୋର୍ଡ ସହିତ ଚୁକ୍ତିନାମା ସ୍ୱାକ୍ଷରତା ହୋଇଛି।ସେ କହିଛନ୍ତି ଯେ ଖୁବଶୀଘ୍ର
ଦେଶର ସମସ୍ତ ଟ୍ରେନରେ ମାଗଣା ୱାଇଫାଇ ସେବା ଯୋଗାଇ ଦିଆଯିବ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା