ଛଅ ଯୁବକ ରାମବାଡାରେ ନଦୀ ପାର କରିବା ସମୟରେ ଫସିଲେ,ଜଣେ ଭାସିଗଲେ,ପାଞ୍ଚଜଣଙ୍କୁ ଏସଡୀଆରଏଫ ଉଦ୍ଧାର କଲେ
ରୁଦ୍ରପ୍ରୟାଗ (ଉତ୍ତରାଖଣ୍ଡ)11 ଜୁନ (ହି.ସ)- କେଦାରନାଥଧାମରେ ବାବଙ୍କ ଦର୍ଶନ କରି ଫେରୁଥିବା ଉତ୍ତରପ୍ରଦେଶର ଅଲୀଗଢର ଛଅଜଣ ଯୁବକ ରାମବାଡା ନିକଟରେ ନଦୀପାର କରିବା ସମୟରେ ଫସିଯାଇଛନ୍ତି।ଏହି ସମୟରେ ଜଣେ ଯୁବକ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ।ଏସଡୀଆରଏ
ଛଅ ଯୁବକ ରାମବାଡାରେ ନଦୀ ପାର କରିବା ସମୟରେ ଫସିଲେ,ଜଣେ ଭାସିଗଲେ,ପାଞ୍ଚଜଣଙ୍କୁ ଏସଡୀଆରଏଫ ଉଦ୍ଧାର କଲେ


ରୁଦ୍ରପ୍ରୟାଗ

(ଉତ୍ତରାଖଣ୍ଡ)11 ଜୁନ (ହି.ସ)- କେଦାରନାଥଧାମରେ ବାବଙ୍କ ଦର୍ଶନ କରି ଫେରୁଥିବା

ଉତ୍ତରପ୍ରଦେଶର ଅଲୀଗଢର ଛଅଜଣ ଯୁବକ ରାମବାଡା

ନିକଟରେ ନଦୀପାର କରିବା ସମୟରେ ଫସିଯାଇଛନ୍ତି।ଏହି ସମୟରେ ଜଣେ ଯୁବକ ନଦୀର ପ୍ରଖର ସ୍ରୋତରେ

ଭାସି ଯାଇଥିଲେ।ଏସଡୀଆରଏଫ ପାକି ପାଞ୍ଚଜଣ

ଯୁବକଙ୍କୁ ଉଦ୍ଧାର କରିଛି।ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ରୁଦ୍ରପ୍ରୟାଗ ରାତି ପ୍ରାୟ

10.50 ସମୟରେ ଏସଡୀଆରଏଫକୁ ସୁଚନା ଦେଇଥିଲେ ଯେ ଲିନଚୋଲୀ

ନିକଟ ନଦୀରେ ପାଞ୍ଚଜଣ ବ୍ୟକ୍ତି ଫସି ରହିଛନ୍ତି।ସୁଚନାମିଳିବାମାତ୍ରେ ଏସଡୀଆରଏଫ ଭୀମବଳୀ ଟିମ

ପହଁଞ୍ଚିଥିଲେ।ଟିମ ସମସ୍ତ ପାଞ୍ଚଜଣ ଯୁବକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।ଏହି

ଯୁବକମାନେ ଦଳକୁ କହିଥିଲେ ଯେ ସେ ଅଲୀଗଢର ବାସିନ୍ଦା।ବାବାଙ୍କ ଦର୍ଶନ କରିବାପରେ ଛୋଟ ରାସ୍ତା

ଦେଇ ଗରୁଡଚଟ୍ଟୀ ଅଭିମୁଖେ ଯାଉଥିଲେ।ରାମବାଡା ଅଞ୍ଚଳରେ ନଦୀ ପାର କରିବା ସମୟରେ ସେ ଫସି

ଯାଇଥିଲେ।ଏହି ସମୟରେ ତାଙ୍କ ବନ୍ଧୁ ରାହୁଲ (22) ଭାସି ଯାଇଥିଲେ।ସେମାନେ ତାଙ୍କୁ ଧରିପାରିଲେ

ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande