ଅମରନାଥ ଗୁମ୍ଫାରେ ପ୍ରଥମ ପୂଜା କଲେ ଉପରାଜ୍ୟପାଳ, ଜୁଲାଇ 3ରୁ ଆରମ୍ଭ ହେବ ବାର୍ଷିକ ଯାତ୍ରା
ଶ୍ରୀନଗର, 11 ଜୁନ୍ (ହି.ସ.)-ଅମରନାଥ ଗୁମ୍ଫାରେ ବୁଧବାର ଦିନ ହର ହର ମହାଦେବ ଜୟଧ୍ୱନି ସହିତ ବାବା ବର୍ଫାନୀଙ୍କୁ ନମନ କରାଯାଇଛି ଏବଂ ପବିତ୍ର ଗୁମ୍ଫାରେ ପ୍ରଥମ ପୂଜା କରାଯାଇଛି, ଯାହା ବାର୍ଷିକ ଅମରନାଥ ଯାତ୍ରାର ଔପଚାରିକ ଆରମ୍ଭ ଅଟେ । ଉପରାଜ୍ୟପାଳ ମନୋଜ ସିହ୍ନା ଯାତ
ଅମରନାଥ ଗୁମ୍ଫାରେ ପ୍ରଥମ ପୂଜା କଲେ ଉପରାଜ୍ୟପାଳ, ଜୁଲାଇ 3ରୁ ଆରମ୍ଭ ହେବ ବାର୍ଷିକ     ଯାତ୍ରା


ଶ୍ରୀନଗର, 11 ଜୁନ୍ (ହି.ସ.)-ଅମରନାଥ ଗୁମ୍ଫାରେ ବୁଧବାର

ଦିନ ହର ହର ମହାଦେବ ଜୟଧ୍ୱନି ସହିତ ବାବା ବର୍ଫାନୀଙ୍କୁ ନମନ କରାଯାଇଛି ଏବଂ

ପବିତ୍ର ଗୁମ୍ଫାରେ ପ୍ରଥମ ପୂଜା କରାଯାଇଛି, ଯାହା ବାର୍ଷିକ ଅମରନାଥ ଯାତ୍ରାର ଔପଚାରିକ

ଆରମ୍ଭ ଅଟେ । ଉପରାଜ୍ୟପାଳ ମନୋଜ ସିହ୍ନା ଯାତ୍ରାର ଔପଚାରିକ ଆରମ୍ଭ କରି ଅମରନାଥ ଗୁମ୍ଫାରେ

ପ୍ରଥମ ପୂଜା କରିଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୩ ଜୁଲାଇରୁ ଆରମ୍ଭ ହେବାକୁ

ଯାଉଥିବା ଅମରନାଥ ଯାତ୍ରା ପାଇଁ ଦୃଢ଼ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେ ଭକ୍ତମାନଙ୍କୁ ବହୁ

ସଂଖ୍ୟାରେ ଅମରନାଥ ଗୁମ୍ଫା ମନ୍ଦିରକୁ ଆସିବା ପାଇଁ ଅନୁରୋଧ କରିଛନ୍ତି।

ଉପରାଜ୍ୟପାଳ କହିଛନ୍ତି ଯେ, ଅଗଷ୍ଟ ୯ ରେ ରକ୍ଷାବନ୍ଧନ ଅବସରରେ

ସମାପ୍ତ ହେବାକୁ ଥିବା ଯାତ୍ରା ପାଇଁ ଶ୍ରାଇନ ବୋର୍ଡ ଏବଂ ପ୍ରଶାସନ ତୀର୍ଥଯାତ୍ରୀମାନଙ୍କ

ସୁବିଧାରେ ସୁଧାର ଅଣାଯାଇଛି । ସେ କହିଛନ୍ତି ଯେ, ଜମ୍ମୁ ଓ କଶ୍ମୀର ପୁଲିସ,

ସେନା,

ସିଆରପିଏଫଏବଂ

ଅନ୍ୟାନ୍ୟ ସିଏପିଏଫ ଦ୍ୱାରା ଦୃଢ଼ ସୁରକ୍ଷା ବ୍ୟବସ୍ଥା ହେଉଛି,

ତେଣୁ

ମୁଁ ଭାବୁଛି ଯେ କାହାକୁ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ। ସେମାନେ ଏଠାରେ ଆସି

ବାବାଙ୍କ ଆଶୀର୍ବାଦ ଗ୍ରହଣ କରିବା ଉଚିତ। ସେ କହିଛନ୍ତି ଯେ, ଜମ୍ମୁ-କଶ୍ମୀର ପ୍ରଶାସନ,

ଅମରନାଥ

ଶ୍ରାଇନ ବୋର୍ଡ, ସେନା, ବିଆରଓ,

ସିଏପିଏଫ୍,

ଜମ୍ମୁ-କଶ୍ମୀର

ପୁଲିସ ଏବଂ ସମସ୍ତ ହିତଧାରୀ ମିଶିକରି ଏହି ତୀର୍ଥଯାତ୍ରାକୁ ନିର୍ବିଘ୍ନ ଓ ସୁରକ୍ଷିତ କରିବା

ପାଇଁ ସମ୍ପୂର୍ଣ୍ଣ ନିଷ୍ଠା, ସମର୍ପଣ,

ସହଯୋଗ

ଏବଂ ସ୍ପଷ୍ଟ ଉଦ୍ଦେଶ୍ୟ ସହିତ କାର୍ଯ୍ୟ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande