ନୂଆଦିଲ୍ଲୀ, 11 ଜୁନ୍ (ହି.ସ.)- ସନ୍ଥ କବୀର ଦାସଙ୍କ ସ୍ମୃତିଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମାଜିକ ସମରସତା ପ୍ରତି ଆଜୀବନ ସମର୍ପିତ ଥିବା ସନ୍ଥ
କବୀରଦାସ ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ମୋର କୋଟି-କୋଟି ନମନ। ତାଙ୍କର ଦୋହାଗୁଡିକରେ ଯେଉଁଠି
ଶବ୍ଦର ସରଳତା ଅଛି, ସେଠି ଭାବର ଗଭୀରତା ମଧ୍ୟ ଅଛି। ଏହି କାରଣରୁ ଏହି ସମୟରେ ମଧ୍ୟ
ତାଙ୍କର ପ୍ରଭାବ ଭାରତୀୟ ଜନମାନସ ଉପରେ ଗଭୀର ଭାବରେ ପଡ଼ିଛି। ସମାଜରେ ବ୍ୟାପିଥିବା କୁପ୍ରଥାଗୁଡିକୁ
ଦୂର କରିବାରେ ତାଙ୍କ ଅବଦାନକୁ ସର୍ବଦା ଶ୍ରଦ୍ଧାପୂର୍ବକ ସ୍ମରଣ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା