ଓଡ଼ିଶାକୁ ମରୁଭୂମି କରିବାକୁ ଛତିଶଗଡ଼ର ଷଡ଼ଯନ୍ତ୍ର : ଇନ୍ଦ୍ରାବତୀ-ମହାନଦୀ ନଦୀ ସଂଯୋଗୀକରଣ ଓଡ଼ିଶା ସ୍ୱାର୍ଥବିରୋଧି ; ପ୍ରତିବାଦ ବିକ୍ଷୋଭ କଲା ଓଡ଼ିଆ ଅସ୍ମିତା ପରିଷଦ
ଭୂବନେଶ୍ୱର, ୧୩ ଜୁନ୍ (ହି.ସ.) - ଛତିଶଗଡ଼ ସରକାର ମହାନଦୀକୁ ନେଇ ଓଡ଼ିଶାର ସ୍ୱାର୍ଥ ସହିତ ଖେଳ ଖେଳିବାରେ ଲାଗିଛନ୍ତି । ଛତିଶଗଡ଼ରୁ ବାହାରିଥିବାର ମହାନଦୀର ଉର ମୁଣ୍ଡରେ ଓ ଏହାର ଉପନଦୀ ମାନଙ୍କରେ ବ୍ୟାରେଜ୍ ଓ ଆନିକଟ୍ ନିର୍ମାଣ କରି କମ୍ପାନୀମାନଙ୍କୁ ପାଣି ଦେବାରେ ଲାଗିଛନ୍ତି । ଏହାର ପ୍ରତିବାଦ କରି ଓ
ଓଡ଼ିଶାକୁ ମରୁଭୂମି କରିବାକୁ ଛତିଶଗଡ଼ର ଷଡ଼ଯନ୍ତ୍ର : ଇନ୍ଦ୍ରାବତୀ-ମହାନଦୀ ନଦୀ ସଂଯୋଗୀକରଣ ଓଡ଼ିଶା ସ୍ୱାର୍ଥବିରୋଧି ; ପ୍ରତିବାଦ ବିକ୍ଷୋଭ କଲା ଓଡ଼ିଆ ଅସ୍ମିତା ପରିଷଦ


ଭୂବନେଶ୍ୱର, ୧୩ ଜୁନ୍ (ହି.ସ.) - ଛତିଶଗଡ଼ ସରକାର ମହାନଦୀକୁ ନେଇ ଓଡ଼ିଶାର ସ୍ୱାର୍ଥ ସହିତ ଖେଳ ଖେଳିବାରେ ଲାଗିଛନ୍ତି । ଛତିଶଗଡ଼ରୁ ବାହାରିଥିବାର ମହାନଦୀର ଉର ମୁଣ୍ଡରେ ଓ ଏହାର ଉପନଦୀ ମାନଙ୍କରେ ବ୍ୟାରେଜ୍ ଓ ଆନିକଟ୍ ନିର୍ମାଣ କରି କମ୍ପାନୀମାନଙ୍କୁ ପାଣି ଦେବାରେ ଲାଗିଛନ୍ତି । ଏହାର ପ୍ରତିବାଦ କରି ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କର ଦ୍ୱାରସ୍ଥ ହୋଇଥିବା ସ୍େ‌ୱ ଓ ଟ୍ରିବୁନାଲରେ ମକଦ୍ଦମା ରୁଜୁ କରିଥିବା ବେଳେ ସମସ୍ୟାର ସମାଧାନ ହୋଇନାହିଁ । ପୁନଶ୍ଚ ଛତିଶଗଡ଼ ସରକାର ଓଡ଼ିଶାକୁ ମରୁଭୂମି କରିବା ପାଇଁ ଆଉ ଏକ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି । ମହାନଦୀ ଓ ଇନ୍ଦ୍ରାବତୀ ନଦୀରେ ବୃହତ ବ୍ୟାରେଜ୍ କରିବା ସଂଗେ ସଂଗେ ମହାନଦୀ-ଇନ୍ଦ୍ରାବତୀକୁ ନଦୀକୁ ସଂଯୋଗ କରିବା ପାଇଁ ‘ବୋଧଘାଟ ପ୍ରକଳ୍ପ” ନିର୍ମାଣ କରିବାକୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କର ମହାନଦୀ-ଇନ୍ଦ୍ରାବତୀ ସଂଯୋଗୀକରଣ ପ୍ରକଳ୍ପ ଓଡ଼ିଶାବାସୀଙ୍କ ମଧ୍ୟରେ ଛନକା ସୃଷ୍ଟି କରିିଛି । ମହାନଦୀ ଓ ଇନ୍ଦ୍ରାବତୀର ଉପରମୁଣ୍ଡରେ ଯଦି ଛତିଶଗଡ଼ ଆହୁରି ବ୍ୟାରେଜ୍ ନିର୍ମାଣ କରେ, ତାହେଲେ ମହାନଦୀକୁ ପାଣି ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ଏବଂ ହୀରାକୁଦ ଜଳଭଣ୍ଡାର ଏକ ମୃତ ଜଳଭଣ୍ଡାରରେ ପରିଣତ ହେବ । ସେହିଭଳି ଇନ୍ଦ୍ରାବତୀ ନଦୀ ଉପରେ ଯଦି ଛତିଶଗଡ଼ ବ୍ୟାରେଜ୍ ନିର୍ମାଣ କରେ, ତାହେଲେ ରାଜ୍ୟର ପଶ୍ଚିମାଳ ମରୁଭୂମି ପାଲଟି ଯିବ । ବିଶେଷତଃ କଳାହାଣ୍ଡି, ନବରଙ୍ଗପୁର, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ପିଇବା ପାଇଁ ମୁନ୍ଦିଏ ପାଣି ମଧ୍ୟ କଷ୍ଟକର ହୋଇପଡ଼ିବ ବୋଲି ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି । ଆଜି ସନ୍ଧ୍ୟାବେଳେ ସ୍ଥାନୀୟ ମାଷ୍ଟରକ୍ୟାିନ୍ ଛକରେ ମହାନଦୀ-ଇନ୍ଦ୍ରାବତୀ ସଂଯୋଗୀକରଣ ବିରୁଦ୍ଧରେ ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ ଏହାର ଆବାହକ ରବି ବେହେରାଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଅଛି । ଏହି ବିକ୍ଷୋଭରେ ରାଜ୍ୟର ସ୍ୱାର୍ଥ ପାଇଁ ରାଜନୀତିର ଊର୍ଦ୍ଧ୍ୱକୁ ଯାଇ ସମସ୍ତ ରାଜନୈତିକ ଦଳ ଓ ଗଣସଂଗଠନ ଛତିଶଗଡ଼ର ଏହି ଓଡ଼ିଶା ବିରୋଧି ପଦକ୍ଷେପ ବିରୁଦ୍ଧରେ ଏକ ହୋଇ ପ୍ରତିବାଦ କରିବାକୁ ଆହ୍ୱାନ ଦିଆଯାଇଛି । ରାଜ୍ୟ ସରକାର ମଧ୍ୟ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ମହାନଦୀ-ଇନ୍ଦ୍ରାବତୀ ସଂଯୋଗୀକରଣ ପ୍ରକଳ୍ପକୁ ଦୃଢ ବିରୋଧ କରିବାକୁ ‘ପରିଷଦ’ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଆବଶ୍ୟକ ହେଲେ ରାଜ୍ୟ ସରକାର ତୁରନ୍ତ ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ଏହା ଉପରେ ଏକ ସର୍ବସମ୍ମତ ନିନ୍ଦା ପ୍ରସ୍ତାବ ଆଗତ କରିବାକୁ ଓ କେନ୍ଦ୍ର ସରକାରଙ୍କ ପାଖରେ ସମସ୍ତ ରାଜନୈତିକ ଦଳ ଓ ଗଣସଂଗଠନ ଏକାଠି ହୋଇ ଏହି ପ୍ରକଳ୍ପ ବିରୁଦ୍ଧରେ ପ୍ରତିବାଦ କରିବାକୁ ଶ୍ରୀ ବେହେରା ରାଜ୍ୟ ଜଳସେଚନ ମନ୍ତ୍ରୀ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କୁ ଅନୁରୋଧ କରିଛନ୍ତି । ଏହି ବିକ୍ଷୋଭ ପ୍ରତିବାଦରେ ଓଡ଼ିଆ ଅସ୍ମିତା ପରିଷଦର ସମ୍ପାଦକ ନାରାୟଣ ଡାଳୁଆ, ନାରୀନେତ୍ରୀ ସାବିତ୍ରୀ ବେହେରା, ଯୁବନେତା ଦେଶପ୍ରିୟ ଦାସ, ଅନୀତା ନାୟକ ଓ ସୌମ୍ୟରଂଜନ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ । ଛତିଶଗଡ଼ ସରକାର ଓଡ଼ିଶାର ଜନମତକୁ ବେଖାତିର କରି ଯଦି ମହାନଦୀ-ଇନ୍ଦ୍ରାବତୀ ପ୍ରକଳ୍ପ ଉପରେ ଆଗକୁ ବଢନ୍ତି, ତାହେଲେ ଏହାର ଜୋର୍ଦାର ପ୍ରତିବାଦ କରାଯିବ ବୋଲି ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ କୁହାଯାଇଛି । ଓଡ଼ିଶାର ବିଜେପି ସରକାର, ଛତିଶଗଡ଼ର ବିଜେପି ସରକାର ଓ କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନ୍ଡିଏ ସରକାର ମହାନଦୀ ସମସ୍ୟାର ଆଲୋଚନା ମାଧ୍ୟମରେ ଆପୋଷ ସମାଧାନ କରିବା ପାଇଁ ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

-------------

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande