ଖୋର୍ଦ୍ଧା, ୧୩ ଜୁନ୍ (ହି.ସ.) - ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶିଶୁ ଶ୍ରମ ମୁକ୍ତ ଓଡ଼ିଶା, ଆମ ସଂକଳ୍ପ ସଚେତନତା ରଥ (ରେଡ଼ିଓ ଅନ ହୁଇଲ)କୁ ଜିଲ୍ଲାପାଳ ଚଂଚଳ ରାଣା ଶୁଭାରମ୍ଭ କରିଛନ୍ତି । ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ, ଓଡ଼ିଶା ସରକାର ଓ କମ୍ୟୁନିଟି ରେଡ଼ିଓ ସଂଘ, ଓଡ଼ିଶା ମିଳିତ ଆନୁକୁଲ୍ୟରେ ଏହି ସଚେତନତା ରଥ ରେଡିଓ ଅନ ହୁଇଲ୍ଜୁନ ୧୨ ତାରିଖରୁ ଜୁନ ୨୬ ତାରିଖ ପର?୍ୟ୍ୟନ୍ତ ଓଡ଼ିଶାର ବିଭିନ୍ନ ସହରରେ ପରିକ୍ରମା କରି ସଚେତନତା ସୃଷ୍ଟି କରିବା ସହିତ ବ୍ୟାପକ ପ୍ରଚାର ଅଭିଯାନ ନିର୍ବାହ କରୁଛି । ଗତକାଲି କଟକ ସହରରେ ଉକ୍ତ ରଥ ପରିକ୍ରମା କରିଥିବା ବେଳେ ଆଜି ଠାରୁ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମ ମୁକ୍ତ ଓଡ଼ିଶା,ଆମର ସଂକଳ୍ପ ପରି ଭାଷାର ସଚେତନତା ଜାଗରଣ କରିବ କ୍ଷ ୧୪ ବର୍ଷରୁ କମ୍ ବୟସର ଶିଶୁକୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ । ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ କିଶୋର ଙ୍କୁ ବିପଦ ସଙ୍କୁଳ କାମରେ (ବୃତି ଓ ପ୍ରକ୍ରିୟା) ରେ ନିୟୋଜନକୁ ବାରଣ କରାଯାଇଛି । ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଯାଏଁ ଜୋରିମାନା କିମ୍ବା ୨ ବର୍ଷ ଯାଏଁ କାରାଦଣ୍ଡରେ ଦଣ୍ଡିତ କରାଯିବାର ଆଇନଗତ ବ୍ୟବସ୍ଥା ରହିଛି । ଏପରିକି ଉଭୟ ଜେଲ ଦଣ୍ଡ ଓ ଜୋରିମାନା ମଧ୍ୟ ହେବାର ବ୍ୟବସ୍ଥା ଅଛି । ଏପରି ଭୁଲ ଦ୍ୱିତୀୟ ଥର କଲେ ୩ ବର୍ଷ ଯାଏଁ କାରାଦଣ୍ଡ ମଧ୍ୟ ହେବାର ଆଇନଗତ ବ୍ୟବସ୍ଥା ଅଛି । ରାଜ୍ୟ ସରକାର ଏଥି ନିମନ୍ତେ ସେବା ଯୋଗାଇ ଦେବା ପାଇଁ ନିଶୁଳ୍କ ଶ୍ରମିକ ସହାୟତା ହେଲପ ଲାଇନ୍ ୧୫୫୩୬୮ ଏବଂ ଚାଇଲ୍ଡ ଲାଇନ ନମ୍ୱର୍ ୧୦୯୮ ରେ ଯୋଗଯୋଗ ନିମନ୍ତେ ଜାରି କରିଛନ୍ତି । ଏଣୁ ଖୋର୍ଦ୍ଧା ସହର ସମେତ ଜିଲ୍ଲାର ସମସ୍ତ ଜନସାଧାରଣ ସଚେତନ ହୋଇ ଖୋର୍ଦ୍ଧା ଜିଲ୍ଲାକୁ ସଂପୂର୍ଣ୍ଣ ଶିଶୁ ଶ୍ରମ ମୁକ୍ତ କରିବାକୁ ସଂକଳ୍ପ ନେଇ ଏହି ବ୍ୟାପକ ଜନସଚେତନତା ବାର୍ତା ଘରେ ଘରେ, ଦୋକାନ ବଜାର, ଅନୁଷ୍ଠାନ, ଶିଳ୍ପ ଅନୁଷ୍ଠାନ, ଶିଳ୍ପଦ୍ୟୋଗ ଆଦି ସ୍ଥାନରେ ଜନଜାଗରଣ ସୃଷ୍ଟି କରି ଶିଶୁ ଶ୍ରମ ମୁକ୍ତ , ଖୋର୍ଦ୍ଧା ଜିଲ୍ଲା ଏବଂ ଆମ ଓଡ଼ିଶା, ଆମର ସଂକଳ୍ପ ଅଭିଯାନକୁ ସଫଳ କରିବାକୁ ଜିଲ୍ଲାପାଳ ଚଂଚଳ ରାଣା ରଥ ଶୁଭାରମ୍ଭ ପୂର୍ବକ ଆହ୍ୱାନ ଦେଇଛନ୍ତି । ଶିଶୁ ଶ୍ରମ ମୁକ୍ତ ଓଡ଼ିଶା, ଆମର ସଂକଳ୍ପ ରଥର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପଖଣ୍ଡ ଶ୍ରମ ଆୟୁକ୍ତ, ଖୋର୍ଦ୍ଧା ଅଜୟ କୁମାର ପ୍ରଧାନ, ଶ୍ରମ ଅଧିକାରୀ, ଖୋର୍ଦ୍ଧା ପ୍ରଭାକର ବିଶ୍ୱାଳ, ଡେପୁଟି କଲେକ୍ଟର ପ୍ରଧାନ ଟୁଲିଆମା , ଶ୍ରୀତପା ମିଶ୍ର, ସହକାରୀ କଲେକ୍ଟର ଭୁବନେଶ୍ୱରୀ କଅଁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ,ରେଡ଼ିଓ କିଶାନ ନିର୍ଦେଶକ ପ୍ରଦୀପ୍ତ ଦତ, ଓଡ଼ିଶା କମ୍ୟୁନିଟି ରେଡ଼ିଓ ସଂଘ, ସଭାପତି ଡ. ଶିଶିର ଦାସ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଖୋର୍ଦ୍ଧା ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ଏବଂ ଶ୍ରମ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ରାକେଶ