ପରିବହନ କର୍ମଚାରୀ ଗଙ୍ଗାଧର ବରାଳଙ୍କୁ ଶ୍ରଦ୍ଧାଞ୍ଜଳି
ଧର୍ମଶାଳା,୧୩ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ପଂଚାୟତ ଭାତୁରିପଶି ଗ୍ରାମର ଅବସପ୍ରାପ୍ତ ପରିବହନ କର୍ମଚାରୀ ଗଙ୍ଗାଧର ବରାଳଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଗୋକର୍ଣ୍ଣିକା ସାହିତ୍ୟ ସମାଜର ସଭାପତି ରମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ
ପରିବହନ କର୍ମଚାରୀ ଗଙ୍ଗାଧର ବରାଳଙ୍କୁ ଶ୍ରଦ୍ଧାଞ୍ଜଳି


ଧର୍ମଶାଳା,୧୩ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ପଂଚାୟତ ଭାତୁରିପଶି ଗ୍ରାମର ଅବସପ୍ରାପ୍ତ ପରିବହନ କର୍ମଚାରୀ ଗଙ୍ଗାଧର ବରାଳଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଗୋକର୍ଣ୍ଣିକା ସାହିତ୍ୟ ସମାଜର ସଭାପତି ରମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଧର୍ମଶାଳା ସାହିତ୍ୟ ସମାଜ ର ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ, ସମାଜ ସେବୀ ଗୋଲକ ଚନ୍ଦ୍ର ପଲେଇ,ଶିକ୍ଷକ ନେତା ବିଭୁତି ଭୂଷଣ ପାଳ, ବିଶିଷ୍ଟ ସାହିତ୍ୟିକ ବିଜୟ କୁମାର ଦେବତା, ହରିଶଙ୍କର ମହାବିଦ୍ୟାଳୟ ର ଅଧ୍ୟକ୍ଷ ବଳଭଦ୍ର ଦାଶ, ଶିକ୍ଷାବିତ ସୁରେନ୍ଦ୍ର କୁମାର ରାଉତ କୃଷକ ଲକ୍ଷ୍ମଣ ଦାଶ, ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ, ସୁବାଷ ରାଉତ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଗଙ୍ଗାଧରଙ୍କ ସ୍ମୃତି ଗାନ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ବରାଳଙ୍କ ବିୟୋଗରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ବରାଳଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଉପସ୍ଥିତ ଅତିଥି ମାନେ ଆଲୋକପାତ କରିଥିଲେ । ତାଙ୍କ କର୍ମମୟ ଜୀବନ କାଳ ମଧ୍ୟରେ ରାଜ୍ୟ ପରିବହନ ବିଭାଗ ରେ ଚାକିରୀ କରି ନିଜର ସଚୋଟତା ପ୍ରତିପାଦନ କରିଥିଲେ ବୋଲି ଅତିଥିମାନେ ମତ ଦେଇଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭା ଅବସରରେ ଏକ ସ୍ମରଣିକା ସ୍ମୃତି ସମ୍ଭାର କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଧର୍ମଶାଳା ବ୍ଲକର ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ , ପ୍ରାଧ୍ୟପକ ରମେଶ ଚନ୍ଦ୍ର ସିଂ,ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ବିଜୟ କୁମାର ଶତପଥୀ,ସାମ୍ବାଦିକ ଇନ୍ଦ୍ରମଣି ନାୟକ,ଶରତ ଚନ୍ଦ୍ର ରାଉତରାୟ, ଅଧ୍ୟାପକ ଧନେଶ୍ୱର ମହାନ୍ତି,ରୋଟାରୀଆନ ବିନୋଦ ପରିଡା, ଅଜାମ୍ବର ସାହୁ, ଦୀପକ କୁମାର ଜେନା, ଅଶୋକ ଜେନା, ସୁକାନ୍ତ କୁମାର ସ୍ୱାଇଁ, ପ୍ରମୋଦ କୁମାର ସାମଲ, ଅସିତ କୁମାର ଜେନା ଓ ରଶ୍ମିରଞ୍ଜନ ରାୟ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶେଷରେ ସ୍ୱର୍ଗତ ବରାଳଙ୍କ ପୁଅ ପ୍ରକାଶ କୁମାର ବରାଳ ଓ ପ୍ରଦୀପ୍ତ କୁମାର ବରାଳ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande