ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ଦିନଟିଏ : ୧୦ ମିଟର କେକ ପ୍ରଦର୍ଶନ କରି ପୁଣି ଚର୍ଚ୍ଚାରେ ମାଥିଲି ପିଇଓ
ମାଲକାନଗିରି, ୧୪ ଜୁନ୍ (ହି.ସ.)- ଆଜି ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ପହିଲି ରଜ ଉପଲକ୍ଷେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ପଞ୍ଚାୟତର ସରପଞ୍ଚ କାନାମ ରାଜୁ ନାୟକ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଅଶୋକ କୁମାର ମହାରଣା ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଦୀର
ବୃଦ୍ଧ ଓ ବୃଦ୍ଧା ଙ୍କ ପାଇଁ ଦିନ ଟିଏ, ୧୦ମିଟର କେକ ପଦର୍ଶନ କରି ପୁଣି ଚର୍ଚ୍ଚାରେ ମାଥିଲି ପିଇଓ


ବୃଦ୍ଧ ଓ ବୃଦ୍ଧା ଙ୍କ ପାଇଁ ଦିନ ଟିଏ, ୧୦ମିଟର କେକ ପଦର୍ଶନ କରି ପୁଣି ଚର୍ଚ୍ଚାରେ ମାଥିଲି ପିଇଓ


ମାଲକାନଗିରି, ୧୪ ଜୁନ୍ (ହି.ସ.)- ଆଜି ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ପହିଲି ରଜ ଉପଲକ୍ଷେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ପଞ୍ଚାୟତର ସରପଞ୍ଚ କାନାମ ରାଜୁ ନାୟକ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଅଶୋକ କୁମାର ମହାରଣା ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଦୀର୍ଘ ୧୦ ମିଟର (୧୦୦ କେଜି)ର କେକ ତିଆରି କରି ପୁଣି ଚର୍ଚ୍ଚାରେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାଥିଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାଥିଲି ଜିଲ୍ଲା ପରିଷଦ ଜୋନ-୩ର ସଭ୍ୟା ସସ୍ମିତା ମାଝୀ, ସମିତି ସଭ୍ୟ ତଥା ଯୁବ ନେତା ବାଲରାଜୁ କୋପେ ଓ ପୂର୍ବତନ ବ୍ଲକ ଅଧକ୍ଷ ସ୍ମୃତି ରଞ୍ଜନ ଯୋଗ ଦେଇଥିଲେ। ପଞ୍ଚାୟତର ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଦୀର୍ଘ ୧୦ ମିଟର (୧୦୦ କେଜି) କେକକୁ ଉପସ୍ଥିତ ଅତିଥି ବୃଦ୍ଧ ଓ ବୃଦ୍ଧା ମାନଙ୍କ ଦ୍ୱାରା କାଟି ପରସ୍ପର ମଧ୍ୟରେ ଖୁଆଇ ଥିଲେ। ଏପରି ନିଆରା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବ୍ୟକ୍ତି ମାନେ କେକ ଖାଇବା ସହିତ ପରସ୍ପରକୁ ପାନ ଖୁଆଇ ଖୁସି ମନାଇ ଥିଲେ। ଏପରି ନିଆରା କାର୍ଯ୍ୟକ୍ରମ ଦ୍ୱାରା ଶହ ଶହ ବୟସ୍କ ଓ ବୟସ୍କାଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଏ ହେଉଛି ଗୋଟିଏ ଛୋଟିଆ ପ୍ରୟାସ ବୋଲି ଆୟୋଜନ କରିଥିବା ମାଥିଲି ପଞ୍ଚାୟତ ସରପଞ୍ଚ କାନାମରାଜୁ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande