କମ୍ପ୍ୟୁଟର କଣ୍ଟାରେ ଗ୍ରାହକଙ୍କୁ ଲୁଟୁଛନ୍ତି ବେପାରୀ, ଚଢଉ ଦାବି
ଜୟପୁର, ୧୫ ଜୁନ୍ (ହି.ସ.)- କମ୍ପ୍ୟୁଟର ଯୁଗ ଆସିଲା ପରେବି ଗ୍ରାହକ ମାନଙ୍କୁ ପରିବା ବେପାରୀ ଠାରୁ ଆରମ୍ଭ କରି ବିଭିନ୍ନ ବେପାରୀ ମାନେ ଓଜନରେ ଠକୁଥିବାର ଅଭିଯୋଗ ହେଉଛି । କୋରାପୁଟ ଜିଲାରେ ଗ୍ରାହକ ମାନେ ଦୋକାନୀ ଠାରୁ ଯେକୌଣସି ସାମଗ୍ରୀ ଓଜନ କରି ଘରକୁ ନେଉଛନ୍ତି ଘରେ ଓଜନ କରି ଦେଖିବା ବେଳକୁ ଏକ କ
କମ୍ପ୍ୟୁଟର କଣ୍ଟାରେ ଗ୍ରାହକଙ୍କୁ ଲୁଟୁଛନ୍ତି ବେପାରୀ, ଚଢଉ ଦାବି


ଜୟପୁର, ୧୫ ଜୁନ୍ (ହି.ସ.)- କମ୍ପ୍ୟୁଟର ଯୁଗ ଆସିଲା ପରେବି ଗ୍ରାହକ ମାନଙ୍କୁ ପରିବା ବେପାରୀ ଠାରୁ ଆରମ୍ଭ କରି ବିଭିନ୍ନ ବେପାରୀ ମାନେ ଓଜନରେ ଠକୁଥିବାର ଅଭିଯୋଗ ହେଉଛି । କୋରାପୁଟ ଜିଲାରେ ଗ୍ରାହକ ମାନେ ଦୋକାନୀ ଠାରୁ ଯେକୌଣସି ସାମଗ୍ରୀ ଓଜନ କରି ଘରକୁ ନେଉଛନ୍ତି ଘରେ ଓଜନ କରି ଦେଖିବା ବେଳକୁ ଏକ କିଲୋ ସାମଗ୍ରୀ ୯୦୦ ଗ୍ରାମ ହେଉଥିବାର ଅଭିଯୋଗ ହେଉଛି । ତେବେ ଦୋକାନୀ କମ୍ ପରିମାଣରେ ଦେଉଛି ନା କିଣିଥିବା ସାମଗ୍ରୀ ଘରେ ପହଞ୍ଚିଲା ବେଳକୁ ସୁଖୀ ଯାଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୋକାନୀ ମାନେ କମ୍ପ୍ୟୁଟର ମାପ କଣ୍ଟା ରଖିଲେ ବି ଗ୍ରାହକ ମାନଙ୍କୁ ମାପର ସ୍ୱଚ୍ଛତା ଦୃଷ୍ଟିରୁ ସେହି ମାପର ବଟକରା ରଖିବାର ନିୟମ ଥିବାବେଳେ କୌଣସି ଦୋକାନୀ ବଟକରା ରଖୁ ନଥିବାରୁ ଲୁଟିବାକୁ ସୁବିଧା ହେଉଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଦୋକାନୀମାନେ ଅଧିକ ଲାଭ ଆଶା ରଖି କମ୍ପ୍ୟୁଟର ମାପ ଯନ୍ତ୍ରକୁ ରିମୋର୍ଡ କଣ୍ଟ୍ରୋଲ ମାଧ୍ୟମରେ ଏକ କିଲୋକୁ ୯୦୦ ଗ୍ରାମ କରି ଦେଉଥିବାରୁ ଗ୍ରାହକ ମାନେ ସିଧାସଳଖ ଠକାମିର ଶିକାର ହୋଇଛନ୍ତି । କୋମାରେ ଓଜନ ଓ ମାପ ବିଭାଗର ଅଧିକାରୀ ମାନେ ରହୁଥିବାରୁ ସାଧାରଣ ଲୋକ ମାନେ ଲୁଟର ଶିକାର ହେଉଥିବାର ଅଭିଯୋଗ ହୋଇଛି । ଦୋକାନୀ ମାନଙ୍କ ଉପରେ ଅଙ୍କୁଶ ରହୁନଥିବାରୁ ଦୋକାନୀ ମାନେ ଗ୍ରାହକ ମାନଙ୍କୁ ଲୁଟି ମାଲେମାଲ ହେଉଥିବାର ଅଭିଯୋଗ ଉଠିଛି । ବିଚରା ଗ୍ରାହକ ମାନେ ଦୋକାନୀଙ୍କ ଠାରୁ ଠକାମିର ଶିକାର ହେଉଥିବାରୁ ସେମାନଙ୍କର ଆର୍ଥିକ ମାନଦଣ୍ଡ ଦିନକୁ ଦିନ ତଳକୁ ଯାଉଥିବାର କୁହାଯାଉଛି । ବେପାରୀ ମାନଙ୍କ ଠାରୁ ଆରମ୍ଭ କରି ଦୋକାନୀ ପଯ୍ୟନ୍ତ ବହୁ କମ୍ପ୍ୟୁଟର କଣ୍ଟା ଓଜନ ଓ ମାପ ବିଭାଗର ଅଧିକାରୀଙ୍କୁ ହାତ କରି ନିକିତି, ବଟକରା ନବୀକରଣ କରିନଥିବାରୁ ସିଧାସଳଖ ଭାବେ ଗ୍ରାହକ ମାନେ କ୍ଷତିରେ ପଡ଼ୁଥିବାର ଅଭିଯୋଗ ଉଠିଛି । ତେଣୁ ଓଜନ ଓ ମାପ ବିଭାଗ ତୁରନ୍ତ ଚଢଉ କରି ଯାଞ୍ଚ କରିବାକୁ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande