ଖୋର୍ଦ୍ଧା, 15 ଜୁନ୍ (ହି.ସ.)ସ୍ଥାନୀୟ ହାବେଳି ପଡିଆଠାରେ ଗତ ୧୨ତାରିଖରୁ ଆରମ୍ଭ ହୋଇଥିବା ବର୍ଷ ଏକ.... ଉପଲବ୍ଧି ଅନେକ, ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳା ତଥା ରଜ ମହୋତ୍ସବ ଆଜି ସମାରୋହରେ ପାଳିତ ହୋଇଯାଇଛି l ଦର୍ଶକ ମାନେ ରାଜ୍ୟ ସରକାର ଙ୍କ ଏକ ବର୍ଷ ଶାସନର ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ଵନ୍ଧରେ ଅବଗତ ହେବା ସହ ପାରମ୍ପାରିକ ଖାଦ୍ୟ ମେଳା, ସୁଭଦ୍ରା ଷ୍ଟଲ୍ ସହ ଓର୍ମାସ୍ ତରଫରୁ ୩୦ ଗୋଟି ଷ୍ଟଲ ର ବିଭିନ୍ନ ପ୍ରକାର ଅଗ୍ରଣୀ ଯୋଜନା (କେନ୍ଦ୍ର ଓ ରାଜ୍ୟ ସରକାରଙ୍କ) ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜାଣି ଆନନ୍ଦ ପ୍ରକାଶ କରିଥିଲେ ଲ ସେହିପରି ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ସଂପନ୍ନ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇ ଦର୍ଶକ ମାନଙ୍କୁ ମନୋରଞ୍ଜନ ସହ ନିଛକ ସାମାଜିକ ବାର୍ତ୍ତା ପ୍ରଦାନ କରାଯାଇ ସମାଜ ଗଠନରେ ପ୍ରତ୍ୟେକ ନାଗରିକ ସେମାନଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ ନିର୍ବାହ ନିମନ୍ତେ ପ୍ରେରଣା ଦିଆଯାଉଛି l ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସନ୍ଧ୍ୟାରେ ଖୋରଧାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟାୟନ ପକ୍ଷରୁ ମାଳବିକା ଦାସ ଓ ସାଥୀ ଵିହୁ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ସଙ୍ଗୀତ ଓ ଓଡ଼ିଶୀ ଭଜନ ଉଚ୍ଚକୋଟୀର ପରିବେଷଣ କରାଯାଇଥିଲା l ସେହିପରି ସୁଦୂର ସମ୍ବଲପୁର ର ସମ୍ବଲପୁର ପଞ୍ଚବାଦ୍ୟ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପୁଷ୍ପକ ସୁନା ଓ ସାଥୀ ଅତି ଚିତ୍ତାକର୍ଷକ ଡାଲଖାଇ, ସୀଙ୍ଗାରି ଧାପା ନୃତ୍ୟ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ l କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, ଅର୍ମାସ୍ କର୍ମକର୍ତ୍ତା ହିମାଂଶୁ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ବିଭିନ୍ନ ବିଭାଗର କର୍ମଚାରୀ, ଅତ୍ୟାବଶ୍ୟକ ସେବା ବିଭାଗର କର୍ମଚାରୀ ମାନେ ଯୋଗଦେଇଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ