କେନ୍ଦୁଝରରେ ବିଶ୍ବ ରକ୍ତଦାତା ଦିବସ
କେନ୍ଦୁଝର, 14 ଜୁନ୍ (ହି.ସ.) କେନ୍ଦୁଝର ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଆଜି ବିଶ୍ବ ରକ୍ତଦାତା ଦିବସ ଡିଟିୟୁ ପ୍ରେକ୍ଷାଳୟ ରେ ଆୟୋଜିତ ହୋଇଯାଇଛି ।ଜିଲ୍ଲା ରକ୍ତକେନ୍ଦ୍ର ଅଧିକାରୀ ଡକ୍ଟର ରମାକାନ୍ତ ମୁଣ୍ଡ ସମାରୋହ ରେ ଅଧ୍ୟକ୍ଷତା କରି ଆଜିର ସମୟରେ ରକ୍ତଦାନର ଉପାଦେୟତା ଓ ଆବଶ୍ୟକତା ସମ୍ପ
Blood donor day keonjhar


କେନ୍ଦୁଝର, 14 ଜୁନ୍ (ହି.ସ.)

କେନ୍ଦୁଝର ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଆଜି ବିଶ୍ବ ରକ୍ତଦାତା ଦିବସ ଡିଟିୟୁ ପ୍ରେକ୍ଷାଳୟ ରେ ଆୟୋଜିତ ହୋଇଯାଇଛି ।ଜିଲ୍ଲା ରକ୍ତକେନ୍ଦ୍ର ଅଧିକାରୀ ଡକ୍ଟର ରମାକାନ୍ତ ମୁଣ୍ଡ ସମାରୋହ ରେ ଅଧ୍ୟକ୍ଷତା କରି ଆଜିର ସମୟରେ ରକ୍ତଦାନର ଉପାଦେୟତା ଓ ଆବଶ୍ୟକତା ସମ୍ପର୍କରେ ଗଭୀର ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ରେଡକ୍ରସ ଆଜୀବନ ସଦସ୍ୟ ଡକ୍ଟର ସଂଜୀବ ଓତା ସାମ୍ପ୍ରତିକି ସ୍ଥିତି ରେ ଯୁବସମାଜ ରକ୍ତଦାନ ପାଇଁ ଆଗଭର ହୋଇ ସମାଜକଲ୍ୟାଣ ରେ ନିଜକୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ ,ମୁଖ୍ୟ ଅତିଥି ଜିଲ୍ଲା ରେଡକ୍ରସ ଯୁଗ୍ମ ସମ୍ପାଦକ ଏ ଆର ଖାନ ଉପସ୍ଥିତ ରକ୍ତଦାତା ସ୍ବେଚ୍ଛାସେବୀ ଓ ନାଗରିକ ମାନଙ୍କ ସହିତ ମତବିନିମୟ କରି ରକ୍ତଦାନ ।ରକ୍ତବର୍ଗୀକରଣ ,ଉପକାରିତା ,ଆବଶ୍ୟକତା ଓ ସାମୁହିକ ଉଦ୍ୟମ ,ସଚେତନତା ସମ୍ପର୍କରେ ଦୀର୍ଘ ଆଲୋଚନା କରିଥିଲେ ,ଜିଲ୍ଲା ଜନସ୍ୱାସ୍ଥ୍ୟ କମ୍ୟୁନିକେଶନ ଅଧିକାରୀ ଭରତ ଚନ୍ଦ୍ର ସାହୁ ସମାରୋହ ପରିଚାଳନା କରିବା ସହିତ ରକ୍ତଦାନ ସଚେତନତା କାରଜ୍ୟକ୍ରମ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଅବକାରୀ ନିରିକ୍ଷକ ବେଣୁଧର ସାମଲ ଏ ଅବସର ରେ ରକ୍ତଦାନ କରିବା ସହିତ ନିଶା ରୁ ଦୂରେଇରହିବା ପାଇଁ ପରାମର୍ଶ ଦେଇଥିଲେ ,ପରିସଂଖ୍ୟାନ ସହାୟକ ବୃନ୍ଦାବନ ସାହୁ ,ଏଏନଏମ ଅଧ୍ୟକ୍ଷା ମାନସୀ ଧଳ ନିଜସ୍ବ ମତାମତ ଉପସ୍ଥାପନ କରିଥିଲେ । ରକ୍ତକେନ୍ଦ୍ର ଜନସମ୍ପର୍କ ଅଧିକାରୀ ଅକ୍ଷୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ,ରକ୍ତଦାନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତବର୍ଷ ଆକାଶ ରାଜ , ଅଂଶୁମାନ ଚକ୍ରବର୍ତୀ , ବବିତା ରାମ ,ରାଜେଶ ରଣା ,ଦେବାଶିଷ ଦାଶ ,ଇଣ୍ଡିଆନ ବାଇ ବାର୍ଥ , ଭରସା ପରିବାର ,ଉତ୍କଳ ରକ୍ଷକ ଫାଉଣ୍ଡେସନ ,ପରିବର୍ତନ ସେବା ଟ୍ରଷ୍ଟ ,ପ୍ରଗତି ଫାଉଣ୍ଡେସନ ,ଲାଇଫ ସେବା ଟ୍ରଷ୍ଟ ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା , ଏ ଅବସରରେ ଜିଲ୍ଲା ରକ୍ତ କେନ୍ଦ୍ର ରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande