ଆଇଇଡି ବିସ୍ଫୋରଣରେ ଶହୀଦଙ୍କ ପାଇଁ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୪ ଜୁନ୍ - ଝାଡଖଣ୍ଡ ସୀମାରେ କମ୍ବିଂ ଅପରେସନ ବେଳେ ଆଇଇଡି ବିସ୍ଫୋରଣରେ ସିଆରପିଏଫ୍‌ର ଏଏସଆଇ ସତ୍ୟବାନ୍ ସିଂହଙ୍କ ବଳିଦାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଓଡ଼ିଶା-ଝାଡଖଣ୍ଡ ସୀମାରେ କମ୍ବିଂ ଅପରେସନ ବେଳେ ଆଇଇଡି ବ୍ଲା
ଆଇଇଡି ବିସ୍ଫୋରଣରେ ଶହୀଦଙ୍କ ପାଇଁ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, ୧୪ ଜୁନ୍ - ଝାଡଖଣ୍ଡ ସୀମାରେ କମ୍ବିଂ ଅପରେସନ ବେଳେ ଆଇଇଡି ବିସ୍ଫୋରଣରେ ସିଆରପିଏଫ୍‌ର ଏଏସଆଇ ସତ୍ୟବାନ୍ ସିଂହଙ୍କ ବଳିଦାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି।

ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଓଡ଼ିଶା-ଝାଡଖଣ୍ଡ ସୀମାରେ କମ୍ବିଂ ଅପରେସନ ବେଳେ ଆଇଇଡି ବ୍ଲାଷ୍ଟରେ ସିଆରପିଏଫ୍‌ର ଏଏସଆଇ ସତ୍ୟବାନ୍ ସିଂହଙ୍କ ବୀରତ୍ୱପୂର୍ଣ୍ଣ ବଳିଦାନ ବିଷୟରେ ଜାଣି ମୁଁ ଗଭୀର ଦୁଃଖିତ। ଦେଶ ସୁରକ୍ଷାରେ ନିଜ ଜୀବନ ଉତ୍ସର୍ଗ କରି ସେ ସେବା ଓ ସାହସର ଉଚ୍ଚତମ ଆଦର୍ଶ ପ୍ରତିଷ୍ଠା କରିଛନ୍ତି। ଶହୀଦ ଯବାନଙ୍କ ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande