୨୭ଟିକିଆ ହାତୀପଲଙ୍କ ଉତ୍ପାତ ଜାରି
ଚମ୍ପୁଆ, 14 ଜୁନ୍ (ହି.ସ.) ଚମ୍ପୁଆ ବନାଞ୍ଚଳ ଅନ୍ତର୍ଗତ ଉଖୁଣ୍ଡା ସେକ୍ସନରେ ୨୭ ଟିକିଆ ହାତୀପଲଙ୍କ ଉପଦ୍ରବ ଲାଗିରହିଛି । ହାତୀପଲ ବିଭିନ୍ନ ଗ୍ରାମରେ ବ୍ୟାପକ ପନିପରିବା ଚାଷ ସହିତ ଖରାଟିଆ ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି। ଏଥି ସହିତ ରାତି ହେଲେ ଏହି ହାତୀପଲ ବିଭିନ୍ନ ଦଳରେ ବିଭକ୍ତ
୨୭ଟିକିଆ ହାତୀପଲଙ୍କ ଉତ୍ପାତ ଜାରି


ଚମ୍ପୁଆ, 14 ଜୁନ୍ (ହି.ସ.) ଚମ୍ପୁଆ ବନାଞ୍ଚଳ ଅନ୍ତର୍ଗତ ଉଖୁଣ୍ଡା ସେକ୍ସନରେ ୨୭ ଟିକିଆ ହାତୀପଲଙ୍କ ଉପଦ୍ରବ ଲାଗିରହିଛି । ହାତୀପଲ ବିଭିନ୍ନ ଗ୍ରାମରେ ବ୍ୟାପକ ପନିପରିବା ଚାଷ ସହିତ ଖରାଟିଆ ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି। ଏଥି ସହିତ ରାତି ହେଲେ ଏହି ହାତୀପଲ ବିଭିନ୍ନ ଦଳରେ ବିଭକ୍ତ ହୋଇ ଜନବସତି ଭିତରକୁ ପଶି ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ଗ୍ରାମାଞ୍ଚଳ ଗୁଡ଼ିକରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଗତ ରାତି ରୂପାକୁଣ୍ଡ ଜଙ୍ଗଲରେ ଥିବା ଏହି ହାତୀପଲ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡିଛି। ହାତୀପଲ ନନ୍ଦପୁର ଗ୍ରାମରେ ନରହରି ମହାନ୍ତ, ଜନ୍ମେଜୟ ମହାନ୍ତଙ୍କ ପାଚେରୀ ଭାଙ୍ଗିଥିବା ବେଳେ କେମୁଣ୍ଡିଆ ଗ୍ରାମର ପିଣ୍ଟୁ ମୁଣ୍ଡା, ବରପଦା ଗ୍ରାମର ବିମ୍ବାଧର ମହାନ୍ତଙ୍କ ଘର ଭାଙ୍ଗିଥିବା ଜଣାପଡିଛି । ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିଲେ ମଧ୍ୟ ହାତୀପଲଙ୍କୁ ନିୟନ୍ତ୍ରଣ କରିବାରେ ଓ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଥିବା ନେଇ ଅଭିଯୋଗ ହେଉଛି। ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନବସତି ମୁହାଁ ହେଉଥିବା ବେଳେ ବନବିଭାଗ ହାତୀ ପଲଙ୍କୁ ଘଉଡ଼ାଇବାରେ ସମର୍ଥ ହୋଇ ପାରୁନାହିଁ । ଆଜି ଏହି ହାତୀପଲ ଝାଲିଆବେଡ଼ା ଜଙ୍ଗଲରେ ଡେରା ପକାଇଥିବା ନେଇ ଚମ୍ପୁଆ ରେଞ୍ଜ ଅଧିକାରୀ ଅକ୍ଷୟ ଛତ୍ରିଆ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande