ଧରମ ସିଂଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ
ଭଦ୍ରକ, ୧୪ ଜୁନ୍ (ହି.ସ.) - ଭଦ୍ରକ ପୌରାଂଚଳ ୱାର୍ଡ ନମ୍ବର ୪ ଚରମ୍ପା ଠାରେ ଆମ ଜିଲ୍ଲାର ଜଣେ ସୁପ୍ରତିଷ୍ଠିତ ବ୍ୟବସାୟୀ ତଥା ଚରମ୍ପା ଏରେଇଁ ସ୍ଥିତ ଶ୍ରୀ ଅରବିନ୍ଦ ବିଦ୍ୟାଳୟ ର ପ୍ରତିଷ୍ଠାତା ଏବଂ ସମଗ୍ର ଓଡ଼ିଶାରେ ଶ୍ରୀ ମା ଓ ଶ୍ରୀ ଅରବିନ୍ଦ ଇଂଟିଗ୍ରାଲ୍ ଏଜୁକେଶନ ର ଜଣେ ସୁନାମଧନ୍ୟ ସୁପରିଚିତ ବ୍ୟକ
DHARAM SINGH DEHANTA SRADHANJALI


ଭଦ୍ରକ, ୧୪ ଜୁନ୍ (ହି.ସ.) - ଭଦ୍ରକ ପୌରାଂଚଳ ୱାର୍ଡ ନମ୍ବର ୪ ଚରମ୍ପା ଠାରେ ଆମ ଜିଲ୍ଲାର ଜଣେ ସୁପ୍ରତିଷ୍ଠିତ ବ୍ୟବସାୟୀ ତଥା ଚରମ୍ପା ଏରେଇଁ ସ୍ଥିତ ଶ୍ରୀ ଅରବିନ୍ଦ ବିଦ୍ୟାଳୟ ର ପ୍ରତିଷ୍ଠାତା ଏବଂ ସମଗ୍ର ଓଡ଼ିଶାରେ ଶ୍ରୀ ମା ଓ ଶ୍ରୀ ଅରବିନ୍ଦ ଇଂଟିଗ୍ରାଲ୍ ଏଜୁକେଶନ ର ଜଣେ ସୁନାମଧନ୍ୟ ସୁପରିଚିତ ବ୍ୟକ୍ତିତ୍ୱ ସ୍ୱର୍ଗତ ଧରମ୍ ସିଂ ଙ୍କ ଦେହାନ୍ତ ହୋଇଯାଇଛି। ଏହି ଖବର ପାଇ ତାଙ୍କ ବାସଭବନରେ ପହଂଚି ମାଲ୍ୟାର୍ପଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଶ୍ରୀ ସାମଲଙ୍କ ସମେତ ବିଜେଡ଼ି ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ବିଜୁ ମହିଳା ଜନତା ଦଳର ପୂର୍ବତନ ଭଦ୍ରକ ଜିଲ୍ଲା ସଭାନେତ୍ରୀ ସୁଶ୍ରୀ ବିଦ୍ୟୁତଲତା ନାୟକ, ଭଦ୍ରକ ପୌରପାଳିକା ୱାର୍ଡ ନମ୍ବର ୫ ର ପାରିଷଦ ଦିଲ୍ଲୀପ ନାୟକ, ବରିଷ୍ଠ ନେତା ଟିକୁ ଚୌଧୁରୀ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ କୁମାର ଦାସ, ଯୁବନେତା ଦେବାଶିଷ ଭାରତୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande