କନ୍ଧମାଳ, ୧୪ ଜୁନ୍ (ହି.ସ.) - କନ୍ଧମାଳ ରଜ ମହୋତ୍ସବ ୨୦୨୫ ଅବସରରେ ଶୁନିବାର ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ଠାରେ ମିସେସ କନ୍ଧମାଳ ଓ ମିସ ରଜ କୁଇନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥଲା। କନ୍ଧମାଳ ରଜ ମହୋତ୍ସବ ପରିଚାଳନା କମିଟି ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ, କାର୍ଯ୍ୟକାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର, ଉପସଭାପତି ମହମ୍ମଦ ଚିସ୍ତୀ, ବରିଷ୍ଠ ସାମ୍ୱାଦିକ ସନ୍ତୋଷ ଦିଗାଲ, ସମାଜସେବୀ ତଥା କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ସ୍ୱାଇଁ, ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍ଘାଟନ କରିଥିଲେ ।
ମିସେସ କନ୍ଧମାଳ ଭାବେ କୃଷି ବିଭାଗ ଅଧିକାରିଣୀ ପୁନମ ଚାନ୍ଦ ଯୋଗ୍ୟା ବିବେଚିତ ହୋଇଥିବା ବେଳେ ରନର୍ସ ଅପ ଭାବେ ଅନୁଶୟା ପାଣଗ୍ରାହୀ, କାଜଲ ନାୟକ ଓ ମୌସୁମୀ ମହାନ୍ତି ମନୋନୀତ ହୋଇଛନ୍ତି ।
ସେହିପରି ମିସ ରଜ କୁଇନ ଭାବେ ବାଲିଗୁଡ଼ା ଅଂଚଳ ର ଏମ. ବିଜୟ ଲକ୍ଷ୍ମୀ ଦୋରା, ଯୋଗ୍ୟା ବିବେଚିତ ହୋଇଥିବା ବେଳେ ରନର୍ସ ଅପ ଭାବେ ସୌମ୍ୟ ପ୍ରିୟଦର୍ଶିନୀ, ଲିନି ରାଣୀ ନାୟକ ଓ ସୁଜ୍ଞାନୀ ନାୟକ ମନୋନିତ ହୋଇଛନ୍ତି । ଏ ଦୁଇ କାର୍ଯ୍ୟକ୍ରମର ବିଚାରକ ଭାବେ ବଲାଙ୍ଗୀର ର କୋରିଓଗ୍ରାଫର୍ ଓ ୟୁ ଟ୍ୟୁବର୍ ମୋନୋଜ ହରପାଲ୍, ମନିସ ହର ପାଲ ଓ ଶୁଭ ଲକ୍ଷ୍ମୀ ପାତ୍ର ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୁଷ୍କାନ ସୁଆର, ଅନିତା ପଟନାୟକ, ସ୍ୱାଗତିକା ପଟନାୟକ, ଭାରତୀ ପଣ୍ଡା, ନିବେଦିତା, ଶୁଭ୍ରା ପଟ୍ଟନାୟକ, ସାଗରିକା ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ । ଆଙ୍କର୍ ଅଶୋକ ମହାନ୍ତି ମଂଚକୁ ସୁଚାରୁରୂପେ ସମ୍ପାଦନା କରିଥିଲେ । ସମସ୍ତ ପ୍ରତିଯୋଗୀ ଙ୍କୁ କମିଟି ପକ୍ଷରୁ ସାନ୍ତ୍ୱନାମୁଳକ ପୁରସ୍କାର ଭାବେ ମାନପତ୍ର ଓ ଟ୍ରଫି ପ୍ରଦାନ କରା ଯାଇଥିଲା । ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଙ୍ଗୀତ ସାଧନା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା । ଆସନ୍ତା କାଲି ପାରମ୍ପରିକ ପିଠା ପ୍ରତିଯୋଗିତା ଅନୁଷ୍ଠିତ ହେବ । ସଂନ୍ଧ୍ୟାରେ ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ