ଜୟପୁର, ୧୪ ଜୁନ୍ (ହି.ସ.) - ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫିଙ୍କୱାଲ, କୋରାପୁଟ ରାୟଗଡ଼ା କିରଣ୍ଡୁଲ ରେଳ ପଥ ଦୋହରୀକରଣ କାର୍ଯ୍ୟର କରିଛନ୍ତି ଅନୁଧ୍ୟାନ । ସମୟ ଅବଧୂ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଗୁଡିକ କିଭଳି ସମ୍ପୂର୍ଣ ହୋଇ ପାରିବ ସେନେଇ ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧୂକାରୀ ମାନଂକୁ ନିର୍ଦ୍ଦେଶ ଦେଇଛନ୍ତି ।
ଦାମନଯୋଡି-କିରଣ୍ଡୁଲ ସେକ୍ସନର ବ୍ୟାପକ ଯାଂଚ କରିଥିଲେ । ଭିତିଭୂମି ବିକାଶ, ଦୋହରୀକରଣ କାର୍ଯ୍ୟ ଏବଂ କାର୍ଯ୍ୟକ୍ଷମ ଦକ୍ଷତା ଉପରେ ଧ୍ୟାନ ଦେଇଥିଲେ। ଚାଲୁରହିଥିବା ଭିତିଭୂମି ପ୍ରକଳ୍ପ, ଟ୍ରାଫିକ୍ ସୁବିଧା କାର୍ଯ୍ୟଏବଂ ସେକ୍ସନ ସାରା କାର୍ଯ୍ୟକ୍ଷମ ଉନ୍ନତି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକୁ ଅନୁର୍ଭୁକ୍ତ କରାଯାଇଥିଲା।ଏହା ସହ ଦାମନଜୋଡି, ଜଗଦଲପୁର ଏବଂ କିରଣ୍ଡୁଲ ଷ୍ଟେସନ ସହିତ କିରଣ୍ଡୁଲ ଏବଂ ଜଗଦଲପୁରରେ ରେଳ କଲୋନୀ ପରିଦର୍ଶନ କରିଥିଲେ । ଯାତ୍ରୀ ସୁବିଧାକୁ ଉନ୍ନତ କରିବା ପାଇଁ ମୂଲ୍ୟବାନ ମତାମତ ସଂଗ୍ରହ କରିଥିଲେ । କର୍ମଚାରୀଙ୍କ ସମସ୍ୟା ସଂପର୍କରେ ମଧ୍ୟ ପଚାରି ବୁଝିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି