ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ଏସଡିଓଙ୍କ ଅଫିସ ଘେରିଲେ ଲୋକେ
ବଲାଙ୍ଗିର, ୧୪ ଜୁନ୍ (ହି.ସ.)- ସଇଁତଲା ବ୍ଲକ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏନେଇ ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁଙ୍କ ନେତୃତ୍ୱରେ ଶତାଧିକ ଲୋକ ଆଜି ବିଦ୍ୟୁତ୍ ବିଭାଗ ଏସଡିଓଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ଏସଡିଓଙ୍କ ଅଫିସ ଘେରିଲେ ଲୋକେ


ବଲାଙ୍ଗିର, ୧୪ ଜୁନ୍ (ହି.ସ.)- ସଇଁତଲା ବ୍ଲକ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏନେଇ ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁଙ୍କ ନେତୃତ୍ୱରେ ଶତାଧିକ ଲୋକ ଆଜି ବିଦ୍ୟୁତ୍ ବିଭାଗ ଏସଡିଓଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ବ୍ଲକ ଅଞ୍ଚଳରେ ଥିବା ବେଲଗାଁ ଗ୍ରୀଡ, କରମତଲା ଗ୍ରୀଡ ଓ ସଇଁତଲା ଗ୍ରୀଡରୁ ବିନା କାରଣରେ ବାରମ୍ବାର ବିଦ୍ୟୁତ୍ କାଟ କରାଯାଉଛି । ଫଳରେ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗାମୀ ଦିନରେ ବିଦ୍ୟୁତ୍ କାଟ ହେଲେ ରାଜରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande