ବିଶ୍ଵ ରକ୍ତଦାତା ଦିବସ ଅବସରରେ ସଚେତନତା ଶୋଭାଯାତ୍ରା
ଜୟପୁର, ୧୪ ଜୁନ୍ (ହି.ସ.)- ବିଶ୍ଵ ରକ୍ତଦାତା ଦିବସ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ଏହି ସଚେତନତା ଶୋଭାଯାତ୍ରା ବାହାରିଥିଲା । ଜୟପୁର ରଜାନହର ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ମୁଖ୍ୟ ଟ୍ରାଫିକ ଛକ ଦେଇ କୋଭିଡ ହଲପିଟାଲ ନିକ
ବିଶ୍ୱ ରକ୍ତଦାତା ଦିବସ ଅବସରରେ ଶୋଭାଯାତ୍ରା


ଜୟପୁର, ୧୪ ଜୁନ୍ (ହି.ସ.)- ବିଶ୍ଵ ରକ୍ତଦାତା ଦିବସ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ଏହି ସଚେତନତା ଶୋଭାଯାତ୍ରା ବାହାରିଥିଲା । ଜୟପୁର ରଜାନହର ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ମୁଖ୍ୟ ଟ୍ରାଫିକ ଛକ ଦେଇ କୋଭିଡ ହଲପିଟାଲ ନିକଟରେ ଶେଷ ହୋଇଥିଲା । ଏହି ଶୋଭାଯାତ୍ରାକୁ ବ୍ଲଡ ବ୍ୟାଙ୍କ ଅଫିସର ଡାକ୍ତର ସୂର୍ଯ୍ୟ ଶେଖର ମିଶ୍ର ସବୁଜ ପତକା ଦେଖାଇ ଉଦଘାଟନ କରିଥିଲେ । ଏହି ସଚେତନତା ଶୋଭାଯାତ୍ରାରେ ଏଏନଏମ ଛାତ୍ରୀ, ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର ଏନସିସି କ୍ୟାଡେଟଙ୍କ ସହ ରକ୍ତଦାତା ମାନେ ସାମିଲ ହୋଇଥିଲେ । ରକ୍ତ ଦେବା ଅନ୍ୟର ଜୀବନ ବଞ୍ଚାଇବା, ରକ୍ତ ଦାନ ମହତ ଦାନ, ରକ୍ତ ଦାନ ରୋଗୀକୁ ଦିଏ ନୂଆ ଜୀବନ ସ୍ଲୋଗାନ ଦିଆଯାଇଥିଲା । ପରେ ଜୟପୁର ସ୍ଥିତ ଜିଲ ମୁଖ୍ୟ ଚିକିତ୍ସାଳୟରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଡିଓ ଶକ୍ତି ମହାପାତ୍ର, ଜିଲା ଚିକିତ୍ସାଳୟର ସୁପରିଟେଣ୍ଡଣ୍ଟ ଡାକ୍ତର ଦିଲ୍ଲିପ ବିଶ୍ୱାଳ, ଡାକ୍ତର ସୂର୍ଯ୍ୟ ଶେଖର ମିଶ୍ର, ସ୍ୱେଛାସେବି ପ୍ରମୋଦ କୁମାର ରାଉଳ, ବ୍ଲଡବ୍ୟାଙ୍କର ଅଭୟ କୁମାର ପଣ୍ଡା, ଲାଛିଲ ଜାନି ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ୧୫ ଜଣ ରକ୍ତଦାତାଙ୍କୁ ସମ୍ମାନିତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande