ଭୁବନେଶ୍ୱର, 14 ଜୁନ୍ (ହି.ସ.)
- ଆଜି ହେଉଛି ବିଶ୍ବ ରକ୍ତଦାତା ଦିବସ । ଅମୁଲ୍ୟ ମାନବ ଜୀବନ ରକ୍ଷା କରିବା
ପାଇଁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାର ସଙ୍କଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ବ
ରକ୍ତଦାତା ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଆସନ୍ତୁ ଅମୁଲ୍ୟ
ମାନବ ଜୀବନ ରକ୍ଷା କରିବା ପାଇଁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାର ସଙ୍କଳ୍ପ ନେବା।ରକ୍ତ ଦାତା, ଜୀବନ ଦାତା । ବିଶ୍ୱ ରକ୍ତଦାତା ଦିବସ ଅବସରରେ ସମସ୍ତ ସ୍ୱେଚ୍ଛାକୃତ
ରକ୍ତଦାତାଙ୍କୁ ହୃଦୟରୁ ଅଶେଷ ଧନ୍ୟବାଦ ଜଣାଉଛି। ଆମ ରାଜ୍ୟରେ ରକ୍ତର ବହୁତ ଆବଶ୍ୟକତା ରହିଛି।
ଏହାକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ପ୍ରୟାସ ଜାରି ରଖିବାକୁ ହେବ। ରକ୍ତଦାତା ଦିବସ ଅବସରରେ
ଆସନ୍ତୁ ରକ୍ତଦାନ ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିବା ସହ ଜନ ସଚେତନତା ସୃଷ୍ଟି କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା