ଆଇଇଡି ବ୍ଲାଷ୍ଟରେ ସହିଦ ଯବାନଙ୍କ ବଳିଦାନକୁ ନେଇ ପୃଥ୍ୱୀରାଜ ହରିଚନ୍ଦନଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 14 ଜୁନ୍ (ହି.ସ.)- ଆଇଇଡି ବ୍ଲାଷ୍ଟରେ ସହିଦ ଯବାନଙ୍କ ବଳିଦାନକୁ ନେଇ ପୃଥ୍ୱୀରାଜ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଆଇନ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା-ଝାଡଖଣ୍ଡ ସୀମାରେ କମ୍ବିଂ ଅପରେସନ ବେଳେ ଆଇଇଡିବ୍ଲାଷ୍ଟରେ ସିଆରପିଏଫର ଏଏସ
ଆଇଇଡି ବ୍ଲାଷ୍ଟରେ ସହିଦ ଯବାନଙ୍କ ବଳିଦାନକୁ ନେଇ ପୃଥ୍ୱୀରାଜ ହରିଚନ୍ଦନଙ୍କ ଶୋକ ପ୍ରକାଶ


ଭୁବନେଶ୍ୱର, 14 ଜୁନ୍ (ହି.ସ.)- ଆଇଇଡି ବ୍ଲାଷ୍ଟରେ ସହିଦ ଯବାନଙ୍କ ବଳିଦାନକୁ ନେଇ ପୃଥ୍ୱୀରାଜ ହରିଚନ୍ଦନ

ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଆଇନ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା-ଝାଡଖଣ୍ଡ

ସୀମାରେ କମ୍ବିଂ ଅପରେସନ ବେଳେ ଆଇଇଡିବ୍ଲାଷ୍ଟରେ ସିଆରପିଏଫର ଏଏସଆଇସତ୍ୟବାନ୍ ସିଂହଙ୍କ

ବୀରତ୍ୱପୂର୍ଣ୍ଣ ବଳିଦାନ ବିଷୟରେ ଜାଣି ମୁଁ

ଗଭୀର ଭାବେ ଦୁଃଖିତ ଏବଂ ମର୍ମାହତ। ଦେଶ ସୁରକ୍ଷାରେ ନିଜ ଜୀବନ ଉତ୍ସର୍ଗ କରି ସେ ସେବା

ଓ ସାହସର ଉଚ୍ଚତମ ଆଦର୍ଶ ପ୍ରତିଷ୍ଠା କରିଛନ୍ତି।

ଶହୀଦ ଯବାନଙ୍କ ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି ଏଥି ସହ ଶୋକସନ୍ତପ୍ତ

ପରିବାର ପ୍ରତି ମୋର ଗଭୀର ସମବେଦନା ଜ୍ଞାପନ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande